Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket

Поділитися
Вставка
  • Опубліковано 13 гру 2024
  • Video description and Lyrics:
    Song- Jamakaraja Chautisa
    Brutta- Kousika
    Poet- Upendra Bhanja (Birabara)
    Lyrics-
    କୁଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀ ହରି
    କହନ୍ତି ସକଳ କଳକଣ୍ଠୀ ପାଶେ କଳଣ୍ଠୀ ପ୍ରୀତି ସୁମରି
    କୋକିଳ, କି କରୁଥିବ ରାମାମଣି
    କୁସୁମ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧।
    ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀ
    ଖେଦନ ଘେନିବ ହାଟକ ହାଟକ ହାଟକ ସୁମନ ମୋହିନୀ
    କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ
    ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ ।୨।
    ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ
    ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ
    କୋକିଳ, ଗୁଣମଣି କେହ୍ନେ ବଞ୍ଚିବ
    ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ ।୩।
    ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ
    ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ
    କୋକିଳ, ଘୋଷ ଥିବ ପ୍ରୀତି ନିକର
    ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪।
    ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା ଗାମିନୀ
    ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି
    କୋକିଳ, ନିଶ୍ଚେ ଶୋଇଥିବ ଅବନୀ
    ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ ତିଳକଗାମିନୀ ।୫।
    ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନି
    ଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକମଣ୍ଡନୀ
    କୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ
    ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ ।୬।
    କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠବଚନୀ
    ଛଇଳା କୁମୁଦ କୁମୁଦ କୁମୁଦ କୁମୁଦନିନ୍ଦିତ ହାସିନୀ
    କୋକିଳ, କ୍ଷିତିରେ ଗଡ଼ୁଥିବ ଧନ
    କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।୭।
    ଜୀବନ ଜୀବନ ଜୀବନ ଜୀବନ ଧନୀ ସୁକୁନ୍ତଳା ତେଜିବ
    ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ
    କୋକିଳ, ଜବାଧରା ମନରଞ୍ଜନା
    ଜଗତ ସୁରଭି ସୁରଭି ସୁରଭି ସୁରଭି ସୁରଭି ବରନା ।୮।
    ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି
    ଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ
    କୋକିଳ, ଝାଳେ ତିନ୍ତିଥିବ ଶରୀର
    ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର ।୯।
    ନିଶ୍ଚୟେ ସଜନୀ ପଲାଶ ପଲାଶ ପଲାଶ ପଲାଶ କରିବ
    ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ
    କୋକିଳ, ନୀରବ କାଳେ କି କରିବ
    ନିରତେ କଣ୍ଟକ କଣ୍ଟକ କଣ୍ଟକନେତ୍ରାରେ ଜାତ ହେଉଥିବ ।୧୦
    ଟେକେଣ ରମଣୀ ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି
    ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ
    କୋକିଳ, ଟକି ପଡ଼ୁଥିବ ମୋ ସଖୀ
    ଟାଣ କଟାକ୍ଷୀ ମୋ ଜୀମୂତ ଜୀମୂତ ଜୀମତୂ ଦେଖି ହେବ ଦୁଃଖୀ ।୧୧।
    ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ
    ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ
    କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ
    ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।୧୨।
    ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ
    ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ
    କୋକିଳ, ଡୋଳା ପ୍ରତିମା ଅବଳାକୁ
    ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩।
    ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ
    ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ
    କୋକିଳ, ଡାଳେ ନ ଚାହିଁବ ସେ ଧୀରେ
    ତାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।୧୪।
    ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ
    ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ
    କୋକିଳ, ଆହା ମୋ ପ୍ରିୟ ରସକଳା
    ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫।
    ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ
    ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ
    କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ
    ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ ।୧୬।
    ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ
    ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତ
    କୋକିଳ, ଥିଲାକ ତାକୁ ଏତେ ଦଶା
    ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା ।୧୭।
    ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା
    ଦହିବ କଦନ ମାଳିକା ମାଳିକା ମାଳିକା ନିଃଶ୍ୱନେ, ବାଳିକା
    କୋକିଳ, ଦୂର କରେ ସେ ମୋ ଦୁଃଖକୁ
    ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କର କୁ ।୧୮।
    ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ
    ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ
    କୋକିଳ, ଧରିଥିବ ସତେ ଜୀବନ
    ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।୧୯।
    ନୂତନ ପରିଘ ପରିଘ ପରିଘ ପରିଘ ପ୍ରାୟେ ଥିବ ହୋଇ
    ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ
    କୋକିଳ, ନବ ଅଙ୍ଗନା ସେ ରମଣୀ
    ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି ।୨୦।
    ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି
    ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି
    କୋକିଳ, ପୀନସ୍ତନା ଏହା ସହିଲା
    ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧।
    ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି
    ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି
    କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ
    ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ ।୨୨।
    ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ
    ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ
    କୋକିଳ, ବାଳା କୋମଳା ରସିକିନି
    ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ ।୨୩।
    ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି
    ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି
    କୋକିଳ, ଭାବବତୀ ଭାବ ଜାଣଇ
    ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ ।୨୪।
    ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ
    ମଦାଳସୀ କୁନ୍ଦ ସତେ କି ମୁକୁନ୍ଦ ମୁକୁନ୍ଦ ମୁକୁନ୍ଦ ହୋଇବ
    କୋକିଳ, ମହାଘୋର ଭୟ କରିବ
    ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ ।୨୫।
    ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ
    ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ
    କୋକିଳ, ଯତନେ ତା’ର ସଖୀଗଣ
    ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ ।୨୬।
    ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ
    ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ
    କୋକିଳ, ରସା ଚିରିବ ନଖେ ବସି
    ରାମ ଅନାଇଲେ କୁସୁମ କୁସୁମ କୁସୁମ ରେ କର ନିବେଶି ।୨୭।
    ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ
    ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ
    କୋକିଳ, ଲୟଥିବ ତାର ମୋ ତହିଁ
    ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି ।୨୮।
    ବ୍ୟଥିତ ହୋଇ ଚାହୁଁ ଥିବ ହରିଣ ହରିଣ ହରିଣନୟନୀ
    ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି
    କୋକିଳ, ବାଣୀ ନ ଶୁଭିବ ତାହାରି
    ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ ।୨୯।
    ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ
    ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ
    କୋକିଳ, ଶଶୀଆନନୀ ହେଲା ଦୁଃଖୀ
    ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ ।୩୦।
    Artistes and credits:
    Voice - Dikshya Nohanty & Bijaylaxmi Routray
    Harmonium - Soumya Biswajit
    Marddala - Soumya Kanta 'Gyana' Mallick
    Manjira - Soumya Biswajit

КОМЕНТАРІ • 21

  • @OdishaSanket
    @OdishaSanket  День тому +3

    Continued lyrics -
    ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ
    ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ
    କୋକିଳ, ସରୁ ନ ଥିବ ଦିବା ରାତି
    ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ ।୩୧।
    ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ
    ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ
    କୋକିଳ, ଶଶୀକଳା ପ୍ରାୟ ହେବନି
    ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ ।୩୨।
    ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ
    ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ
    କୋକିଳ, ହେଳାବତୀ ପାଶେ କହିବ
    ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ ।୩୩।
    କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି
    କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି
    କୋକିଳ, କ୍ଷମ ହେ ଅଗମ ବ୍ରଜକୁ
    କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।୩୪।

  • @prasannasamantaray808
    @prasannasamantaray808 День тому +2

    Good Bhajan

  • @pradeepjilikara6165
    @pradeepjilikara6165 День тому +7

    ସମ୍ପୂର୍ଣ୍ଣ ଯମକରାଜ ଚଉତିଶା ଉପସ୍ଥାପନ କରିଥିବାରୁ ଧନ୍ୟବାଦ। ଜୟ ଭଞ୍ଜବୀର।

  • @bansidharsethi726
    @bansidharsethi726 День тому +5

    ନୂତନ ପିଢ଼ିର ପିଲାମାନଙ୍କ ଭଞ୍ଜ ସାହିତ୍ୟ ପ୍ରତି ଶ୍ରଦ୍ଧା ଦେଖି ବହୁତ ଖୁସି ଲାଗୁଚି ।🎉

  • @GhanshyamPadhan-ch8in
    @GhanshyamPadhan-ch8in День тому +4

    ସୃତି ରେତୃପ୍ତିର ଅବସାଦ ନାହିଁ, ଯେତେ ଶୁଣୁଥିଲେ ନୂଆଁ ଲାଗୁଥାଇ ।ଉଞ୍ଜଙ୍କ ଚଉତିଶା ଶୁଣଇ ଥିବାରୁ ଧନ୍ୟବାଦ୍‌'

  • @krishnachandramahapatra1797
    @krishnachandramahapatra1797 День тому +2

    ଅତି ଚମତ୍କାର ପରିବେଷଣ

  • @rajakishorsahu9151
    @rajakishorsahu9151 12 годин тому +2

    ସୁନ୍ଦର ଉପସ୍ଥାପନା

  • @khageswarmartha4653
    @khageswarmartha4653 День тому +2

    Very nice voice many thanks to both artistes

  • @Pratap-f4o
    @Pratap-f4o 22 години тому +2

    ଅତି ସୁନ୍ଦର

  • @ChandrakantiPradhan-b1b
    @ChandrakantiPradhan-b1b День тому +2

    Dhanya se mahabir Bhanja kabi .kalita srutira abasada nahni,banchithau srustira sesasima parjanta.

  • @AbhiramNayak-p6q
    @AbhiramNayak-p6q 2 години тому +1

    Very nice presentation.

  • @lokanathmohanty9816
    @lokanathmohanty9816 День тому +2

    କବି କୁଳତିଳକ, କବିକୁଳକଞ୍ଜ, କବି ସାର୍ବଭୌମ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚିତ ଯମକ ରାଜ ଚଉତିଶା ଏକ‌‌‌ ଅନନ୍ୟ ରଚନା ।ଯମକ ଅଳଙ୍କାର କହିଲେ ପଦ୍ୟରେ ଗୋଟିଏ ଶଦ୍ଦ ବହୁବାର ଆବୃତ୍ତି ହୋଇ ଭିନ୍ନଭିନ୍ନ ଅର୍ଥ ପ୍ରକାଶ କଲେ ଯମକ ଅଳଙ୍କାର ହୁଏ।ଯମକ ଅଳଙ୍କାର,ଆଦ୍ୟଯମକ, ମଧ୍ୟ ଯମକ, ପ୍ରାନ୍ତଯମକ, ସର୍ବ ଯମକ, ଯୋଡ଼ି ଯମକ, ତ୍ରିବୃତ୍ତଯମକ, ମହାଯମକ, ମାଳଯମକ, ଭେଦରେ ବହୁ ପ୍ରକାର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଗୀତରେ ମାଳ ଯମକର ପ୍ରୟୋଗ କରିଛନ୍ତି । ଅଳଙ୍କାର ମଧ୍ୟରେ ଶ୍ରେଷ୍ଠ ଅଳଙ୍କାର ଯମକ,(ରାଜ) ଏହା ଚଉତିଶା ରୀତିରେ ରଚିତ । ଚଉତିଶା କହିଲେ -ଓଡିଆ ବର୍ଣ୍ଣ ମାଳାର ଚଉତିରିଶିଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ଯେଉଁଗୀତ ରଚିତ । ଓଡ଼ିଆ ବର୍ଣ୍ଣମାଳାର "କ"ଠାରୁ "କ୍ଷ" ୩୪ ପଦକୁ ନେଇ କବି କୋକିଳ କୁ ସମ୍ବୋଧନ ଏହି ଗୀତ ରଚନା କରିଛନ୍ତି । ଏଣୁ ଏହାକୁ ମଧ୍ୟ ଦୂତ କାବ୍ୟ କୁହାଯାଇପାରେ ।ପୁଣି ଏହା ଛାନ୍ଦ ଶୈଳୀରେ ରଚିତ ହୋଇଛି ।ଛାନ୍ଦ କହିଲେ ଅନୂପ୍ରାସ,ଯମକ, ଅଳଙ୍କାର ମଣ୍ଡିତ ବହୁ ପଦ ବିଶିଷ୍ଟ ଗୀତ ।ଏହା ପାଞ୍ଚାଳୀ ପର୍ଯ୍ୟାୟ ର ପ୍ରବନ୍ଧ ।ଏହା ଅଧୃବା ପାଞ୍ଚାଳୀ,ଏହାର ପ୍ରଥମ ପଦକୁ ଯେପରି ଗାଇବ ଅନ୍ୟାନ୍ୟ ପଦକୁ ସେପରି ଗାଇବ । ଏଣୁ ଭଞ୍ଜଙ୍କ ରଚିତ ଏହି ରଚନାକୁ ଆମେ ଛାନ୍ଦ, ଚଉତିଶା,ଦୂତ କାବ୍ୟ(ସମ୍ବୋଧନ କବିତା,Ode)ମଧ୍ୟ କହିପାରିବା ।ଏହି ଗୀତ ର ବୈଶିଷ୍ଟ୍ୟ ଗୋଟିଏ ଗୋଟିଏ ଶଦ୍ଦ ପ୍ରୟୋଗ ରେ ବିଭିନ୍ନ ଅର୍ଥ ର ପ୍ରକାଶ ।ଏହାର ଅର୍ଥ ଜାଣିବାକୁ ହେଲେ ଉପେନ୍ଦ୍ର ଭଞ୍ଜ ଙ୍କ ରଚିତ ଗୀତାଭିଧାନ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିବ । ଏଥିପାଇଁ ଭଞ୍ଜ ଉଦ୍ ଘୋଷଣା କରିଥିଲେ-"ନାନା ଶଦ୍ଦ ଅର୍ଥେ ଯେ ବିଚକ୍ଷଣ,ଯେହୁଜାଣେ ଅଳଙ୍କାର ଲକ୍ଷଣ।ସେହି କରୁ ଏ ଛାନ୍ଦ ବିବେଚନା,ବାଲ୍ୟ,ପୈ।ଗଣ୍ଡ, ଯୈାବନ ରଚନା ।
    ଆଳାପ ଅନୁଷ୍ଠାନ ର ଦକ୍ଷ ଓଡ଼ିଶୀ କଣ୍ଠ ଶିଳ୍ପୀ ଦ୍ବୟ, ବିଜୟଲକ୍ଷ୍ମୀ ରାଉତରାୟ ଓ ଦୀକ୍ଷା ମହାନ୍ତି ଏବଂ ବାଦ୍ୟ ଶିଳ୍ପୀ,ସୈ। ମ୍ୟବିଶ୍ଵଜିତ୍,ସୈ।ମ୍ୟକାନ୍ତ ମଲ୍ଲିକ ଭଞ୍ଜଙ୍କ ରଚିତ ଏହି ରଚନାକୁ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିବାରୁ ସେମାନେ ଧନ୍ୟବାଦ ।ଓଡିଶା ସଂକେତ ଅନୁଷ୍ଠାନ କୁ କୃତଜ୍ଞତା ଯେ ଏପରି ଅଳଙ୍କାର ପୂର୍ଣ୍ଣ ହଜିଯାଇଥିବା ରଚନାକୁ ଲୋକଲୋଚନକୁ ଆଣିଥିବାରୁ ।🎉

  • @manaswinimallick6270
    @manaswinimallick6270 День тому +3

    Super... beautiful....👌👌💞

  • @nimakantaroutray2824
    @nimakantaroutray2824 День тому +3

    Beautiful presentation 👍

  • @khageswarmartha4653
    @khageswarmartha4653 День тому +2

    Very nice voice many many thanks for excellent performance

  • @academicsILS
    @academicsILS День тому +2

    😍🌹

  • @surmilaap3233
    @surmilaap3233 День тому +2

    Bahut bahut bahut badhia Little, Dikhya, Gyana, Munmun👌👌👌👌👍👍👍😍

  • @pradeepjilikara6165
    @pradeepjilikara6165 День тому +2

    ଖଞ୍ଜିଥିଲା ପାଦେ କଟକ କଟକ....
    ଅକ୍ଷର ଛାଡୁଛନ୍ତି କେମିତି??????