Kala Kalebara Kanhai - Odia Chautisha (କ ଠାରୁ କ୍ଷ ) | କଳାକଳେବର କହ୍ନାଇ (ସମ୍ପୂର୍ଣ ) | Namita Agrawal

Поділитися
Вставка
  • Опубліковано 9 лют 2025
  • 'କଳା କଳେବର' ଚଉତିଶା କବି ଭକ୍ତଚରଣ ଦାସଙ୍କ ରଚିତ ଏକ ଚଉତିଶା | ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀ ମାନଙ୍କର ବିହର ବେଦନା ଏଥିରେ ବର୍ଣ୍ଣନା କରାଯାଇ ଅଛି | ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ |
    କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
    କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |
    ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
    କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା |
    ଗହନ କାନନ ବନରେ ଘୋର ବରଷା କାଳ,
    ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ |
    ଘରେ ନ ରହନ୍ତି ଗଉଡେ ବଡ ଅଧମ ଜାତି,
    ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି |
    ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି ମଧୁ ସାଗରୁ,
    ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ |
    ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,
    ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ |
    ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,
    ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି |
    ଜହର ସଙ୍ଗତେ ମହୁରା ଆସି ହେଲା ନିୟତ,
    ଯୁବତୀ କୁଳକୁ ଦଇବ କଲା ଏ ହନ୍ତସନ୍ତ |
    ଝଡି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,
    ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ |
    ନୟନ ଉପରେ ଭ୍ରୂଲତା କିଏ କାମ କମାଣ,
    ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ |
    ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ,
    ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ |
    ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,
    ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି |
    ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,
    ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ |
    ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ,
    ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି |
    ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି କିକରେ,
    ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ |
    ତିଳକ ଉପରେ କସ୍ତୁରୀ ଗୋରଚନା ରଞ୍ଜିଛି,
    ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି |
    ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,
    ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ |
    ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,
    ଦହି ଦୁଧ ସର ଖିଆ ଗୋ ତେଣୁ ବଡ ଲାବଣ୍ୟ |
    ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,
    ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା |
    ନାସାବିନ୍ଧା ଅପ୍ରତିଆଣୀ ସେ ଗୋ ଯଶୋଦାସୁତ,
    ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ |
    ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,
    ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ |
    ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,
    ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା |
    ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,
    ବସି କେତେ କାଳ ଗଢ଼ୀଲା ତାକୁ କେଉଁ ବିନ୍ଧାଣି |
    ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,
    ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ |
    ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ୍ଭ କରମ,
    ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ |
    ଯଦୁକୁଳ ଚନ୍ଦ୍ର ବୋଲିଣ ସେଗୋ ଯଦୁବିହାରୀ,
    ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି |
    ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,
    ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା |
    ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି,
    ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |
    ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,
    ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ |
    ଶ୍ରୀମନ୍ତ ବଢାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,
    ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ |
    ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,
    ସବୁ ଗୋପୀଙ୍କର ମନକୁ ବଂଶୀସ୍ୱନେ ମୋହିଛି |
    ସଧୀରେ ପବନ ବହଇ ସରୁ କଟି ମେଖଳା,
    ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା |
    ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
    ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ |
    ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,
    ଛାର କହେ ଭକ୍ତ ଦାସ ତା ଧ୍ୟାୟୀ ରଜନୀ ଦିବା |
    ----------------------------------------------------------------------
    Song : Kala Kalebara Kanhai
    Album : Kala Kalebara Kanhai F
    Album No. : sm - 3573
    Lyrics : Bhakta Charana Das
    Singer : Namita Agrawal
    Music Director : Traditional
    -----------------------------------------------------
    ♪ Full Song Available on ♪
    JioSaavn :
    Wynk :
    Gaana :
    Apple Music :
    Amazon Prime Music :
    iTunes :
    Spotify :
    -----------------------------------------------------
    Graphics :
    Recorded At : Sidharth Studio
    Voice Dubbing : Munna & Pappu
    Mastering By : Sitaram Agrawal & Swapnajit Sabath
    Producer : Sitaram Agrawal & Namita Agrawal
    Music Label : Sidharth Music
    Banner : Sidharth Music
    -----------------------------------------------------
    Set Caller Tune ; Operator Codes:
    Airtel Users Dial
    Vodafone Users Dial
    BSNL (South / East) Users sms BT To 56700
    Idea Users Dial
    BSNL (North / West) Users sms BT To 56700
    Also available on Jio Tunes
    -----------------------------------------------------
    Watch & Subscribe to our other UA-cam Channels:
    👉 Sidharth Bhakti : / sidharthbhakti
    👉 Sidharth Music: / sidharthmusic
    👉 Sidharth TV : / sidharthtv
    👉 Namita Agrawal : / namitaagrawal
    -----------------------------------------------------
    Enjoy & stay connected with us!
    👉 Like us on Facebook : / sidharthbhaktiodia
    -----------------------------------------------------
    #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

КОМЕНТАРІ • 432

  • @krushnmaninayak6257
    @krushnmaninayak6257 4 роки тому +15

    Bahuta dinaru Mathura Bijaya gita khojuthili aji paigali bahuta bhala lagila. Piladine Chatashali patha bahi re padhithili . Ati Sundara gita .

  • @santoshsenapati3579
    @santoshsenapati3579 3 роки тому +3

    Mo pila dine aai tharu sunithili.... 🙏🙏.. Aama odia bhaktakabi mananka charan re aananta koti pranam🙏🙏😊😊

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +20

    ଭକ୍ତଚରଣ ଦାସଙ୍କ ବିରଚିତ ମଥୁରା
    ମଂଗଳ କାବ୍ୟର ଏହି 34 ବର୍ଣ୍ଣମାଳା
    କ୍ରମରେ ରଚିତ ସରଳ ଛାନ୍ଦଟି- ଅତି ଜନପ୍ରିୟ। ମଧୁର କଣ୍ଠରେ ଗାନ କରିଥିବା କଣ୍ଠଶିଳ୍ପୀ ଙ୍କୁ ବହୁତ ଶୁଭେଛା। ଓଡ଼ିଆ ପ୍ରାଚୀନ ଛାନ୍ଦକୁ
    ପ୍ରଚାର ପ୍ରସାର କରିଥିବାରୁ କମ୍ପାନୀକୁ
    ମୋର ସାଧୁବାଦ।

    • @amriteshkhatua2315
      @amriteshkhatua2315 2 роки тому +3

      ମଥୁରା ମଙ୍ଗଳ ତାଙ୍କର ସାର୍ଥକ କୃତି | ମାତ୍ର 'ମନବୋଧ ଚଉତିଶା' ଓ 'କଳାକଳେବର ଚଉତିଶା' ତାଙ୍କର ସ୍ୱତନ୍ତ୍ର ରଚନା | ଏହା ତାଙ୍କ ମଥୁରା ମଙ୍ଗଳ କାବ୍ୟ ଅନ୍ତର୍ଗତ ନୁହେଁ |
      କଳାକଳେବର ଚଉତିଶା ଓଡ଼ିଆ ଜନଜୀବନର ସଂଳାପଧର୍ମୀ ଭାଷାକୁ ଆଦୃତି ପ୍ରଦାନ କରୁଛି |

    • @754sangrampursasan5
      @754sangrampursasan5 Рік тому

      ​.

    • @premanandakanha3818
      @premanandakanha3818 2 місяці тому

      @@amriteshkhatua2315 na

  • @krupasindhumishra3135
    @krupasindhumishra3135 2 роки тому +2

    କଣ୍ଠ ରଚନା କେବଳ ଭକ୍ତି ବର୍ଦ୍ଧକ ।ଜୟ ଜଗନ୍ନାଥ।

  • @NirmalkumarMohapatra
    @NirmalkumarMohapatra 8 місяців тому +2

    ନମିତା ଦେବୀ ଙ୍କ କଣ୍ଠ ରେ ଅତି ସୁମଧୁର ସଙ୍ଗୀତ

  • @damayantidash9134
    @damayantidash9134 6 місяців тому +2

    ଅତି ସୁନ୍ଦର ପିଲା ଦିନ କଥା ମନେ ପଡେ ମୋର ଗାଂ ❤️🙏🌹

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +9

    ମୁଁ ଜଣେ ପ୍ରାଚୀନ ଓଡ଼ିଆ
    ସଂଗୀତ ଅନୁରାଗୀ ଓ ପାରମ୍ପାରିକ ଶୈଳୀରେ
    ସଂଗୀତ ପ୍ରଲୁବ୍ଧ ଓ ବୟସ୍କ
    ସ୍ରଷ୍ଟା। ଏହି ଗୀତଟିକକୁ ଅନେକ ଗାୟକ-ଗାୟିକା
    ଗାଇଥିଲେ ମଧ୍ୟ ନମିତା
    ମ୍ୟାଡମଙ୍କ କୋମଳ ମଧୁର
    କଣ୍ଠରେ ଗାୟନ ମୋ ହୃଦୟ
    କୁ ଗଭୀର ଭାବରେ ସ୍ପର୍ଶ
    କରିଛି । ଏଣୁ ପ୍ରତ୍ୟହ
    ସବକାଳ 7 ଟା ରେ ଏହାକୁ
    ନିୟମିତ ଶୁଣିଲେ ମୋତେ
    ବହୁତ ଶାନ୍ତି ଓ ତୃପ୍ତି
    ମିଳିଥାଏ। ନମିତା ମ୍ୟାଡ଼ମ
    ଙ୍କୁ ଏହି ଈଶ୍ବରଙ୍କ ଅବଦାନ ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା
    କରୁଛି। ମଧୁରକୋମଳ କଣ୍ଠ
    ପାଇଁ ଶତ ନମନ।
    ~~~~~~~
    ଡ଼ ଲାବଣ୍ୟଚନ୍ଦ୍ର ସାହୁ।
    କଳିଂଗଭାରତୀ-କଟକ ●ସମ୍ମାନ ଓ ପୁରସ୍କାର ପ୍ରାପ୍ତ
    ପ୍ରାଚୀନ ଅନୁରାଗୀ କବି।
    ●35 ବସନ୍ତବିହାର
    ଭୁବନେଶ୍ୱଏ-18
    ମୋ-8895487162//

  • @ashokkumarbadamali415
    @ashokkumarbadamali415 2 роки тому +3

    ଏଇ ସଙ୍ଗୀତ ର ଲାଳିତ୍ୟର କି ପଟାନ୍ତର ଅଛି ! ଜୟ କଳା । ଜୟ କଳାକାର ।

  • @radhakrusna660
    @radhakrusna660 2 роки тому +1

    Radhekrusna ,gopikna biraha kahile nasare,madhura song

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +14

    ଅତି ମଧୁର କଣ୍ଠରେ ଏହାର ଗାୟନ ହୃଦୟସ୍ପର୍ଶୀ।ମୁଁ ପ୍ରତି ସକାଳେ ଏହି ବାତ୍ସଲ୍ୟ ସଂଗୀତ ଶୁଣିଥାଏ। ସମସ୍ତଙ୍କୁ ମୋର ଶୁଭେଛା।💐

  • @bhaskarsahu786
    @bhaskarsahu786 Рік тому +2

    ହେ ମାଧବ ମଧୁସୂଦନ ମହାନନ୍ଦ କୃଷ୍ଣାନନ୍ଦ ସୁନ୍ଦର ଛନ୍ଦପଦ ପ୍ରଣାମ ପ୍ରଣାମ

  • @dayanidhisethi217
    @dayanidhisethi217 Рік тому +1

    ଅତ୍ୟନ୍ତ ସୁନ୍ଦର ଭାବରେ ଗାଇଥିରୁ ମୋତ ରଫରୁ 🌹

  • @trivijapatri9307
    @trivijapatri9307 3 роки тому +6

    ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ।
    ଦେବାଃ ନ ଜାନାନ୍ତି କୁତ଼ଃ ମନୁଷ୍ୟ।।
    ସବୁ ରହସ୍ୟମୟ। ସବୁ ଅମୃତମୟ। ଆପଣଙ୍କ କଣ୍ଠ ବି ଅମୃତଝରା। ଜୟ ଜଗନ୍ନାଥ।

  • @hariramdansena526
    @hariramdansena526 3 роки тому +2

    ऐ गाना बहुत दिनों बाद सुनने क़ो मिला धन्यवाद

  • @abhiramjena9159
    @abhiramjena9159 3 роки тому +1

    ଏହାଠୁ ସୁନ୍ଦର ଗୀତ ଆମ
    ଓଡ଼ିଆ ମାନଙ୍କ ପାଇଁ ଆଉ
    କିଛି ନାହିଁ
    ଆଉ ଥରେ ପିଲା ଦିନ
    ଫେରିଆସିଲା କି

  • @malayaranjanpati94
    @malayaranjanpati94 Рік тому +1

    ଗର୍ବିତ ଓଡ଼ିଆ ଭାବି , ଗର୍ବିତ ଏପରି ସୁନ୍ଦର ଗୀତ ରଚନା ସଙ୍ଗୀତ ଓ ଭିଡ଼ିଓ ପାଇଁ ଜୟ ଜଗନ୍ନାଥ....🙏🙏🙏🙏👌👌👌👌

  • @srilaxmisarangi5340
    @srilaxmisarangi5340 4 роки тому +22

    ଗୀତର ଲେଖା ଅତି ସୁନ୍ଦର ।କଣ୍ଠରେ ସତେ କି ସରସ୍ୱତୀ ଙ୍କ ନିବାସ !!

  • @susantajena6589
    @susantajena6589 2 роки тому +1

    Hare Krushna.
    Hare Rama.

  • @KartikaLala-ld5ku
    @KartikaLala-ld5ku 4 місяці тому +2

    Very nice song 🎵

  • @bijayalaxmibehera3261
    @bijayalaxmibehera3261 4 роки тому +3

    Jai Sri Krishna. Nice very beautiful song

  • @pradeepmuduli7000
    @pradeepmuduli7000 4 роки тому +3

    Hare Krishna Hare Krishna
    Krishna Krishna Hare Hare
    Hare Ram Hare Ram
    Ram Ram Hare Hare
    🙏🌹🙏🌹🙏🌹🙏🌹🙏🌹🙏❤️

  • @abhiramjena9159
    @abhiramjena9159 3 роки тому +1

    🙏🙏🙏🙏🙏🙏🙏
    ଜୟ ଜଗନ୍ନାଥ
    ବହୁତ ବହୁତ ଧନ୍ୟବାଦ
    ସୁନ୍ଦର ସୁନ୍ଦର ସୁନ୍ଦର
    ଅତି ସୁନ୍ଦର

  • @tankaraj4489
    @tankaraj4489 4 роки тому +3

    Very nice odia song. Outstanding

  • @dutiasahu2199
    @dutiasahu2199 4 роки тому +19

    ସୁନ୍ଦର ଅତି ସୁନ୍ଦର; ଛୋଟ ବେଳର କଥା ମନେ ପଡିଗଲା ; ମନ ପରିପୂର୍ଣ୍ଣ ହୋଇଗଲା। ଆଖି ଲୁହରେ ଭରି ଆସିଲା ॥ଧନ୍ୟବାଦ ମାମା ॥

  • @sivacharanajena5568
    @sivacharanajena5568 4 роки тому +4

    ଚାହାଳି ଗର୍ଦ୍ଧବ ସାରଙ୍କ କଥା ମନେପଡୁଛି ।
    ପିଲାଦିନ ସରିଯାଇଛି।

  • @sipunkumarsahu4807
    @sipunkumarsahu4807 4 роки тому +3

    Hare Krishna hare Ram

  • @BijayKumar-xi8ym
    @BijayKumar-xi8ym 4 роки тому +2

    Ahha!Ki sundar gita!Madam! Apananka kantha ku bahut sundar subhuchhi.

  • @subaschandrabehera3642
    @subaschandrabehera3642 4 роки тому +2

    Ati sundar, jai jagannath.

  • @acharyacreation0371
    @acharyacreation0371 2 роки тому +1

    ମୁଁ ଛୋଟ ବେଳେ ଫଗୁଣ ମାସ ରେ ଆଇ ଘର ଗାଁ ରେ ଠାକୁର ଙ୍କ ସହ ବୁଲେ ଏଇ ଗୀତ ଭାରି ମଧୁର ଲାଗେ। ଆଊ ଆଜି ପୁଣି ସେଦିନ ର କଥା ମନେ ପଡ଼ିଯାଉଛି। ଜୟ ଜଗନ୍ନାଥ 🙏

  • @bijayabhue3495
    @bijayabhue3495 4 роки тому +3

    Very very nice song
    It's marvellous

  • @lalitakeshral2525
    @lalitakeshral2525 4 роки тому +4

    Jai shree Krisna... 🙏

  • @BhaktiBhajan-y5n
    @BhaktiBhajan-y5n Рік тому +1

    Reality great poem🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏

  • @akshyapanigrahi5939
    @akshyapanigrahi5939 4 роки тому +2

    ରାଧେ ରାଧେ

  • @godavaripanigrahy3211
    @godavaripanigrahy3211 3 роки тому +5

    Very beautiful odisi song & heart touching; melodious also

  • @babupanda4887
    @babupanda4887 4 роки тому +4

    ATI Sundar Bajan
    Jay Jagannath Jay Shree Krishna

  • @santilatajena8212
    @santilatajena8212 4 роки тому +21

    ବହୁତ ସୁନ୍ଦର ଗୀତ । ପିଳବେଳ କଥା ମନେ ପଡ଼ିଗଲା ।Thank you NAMITA AGARWAL madam for this song

  • @rabindrakumarmohanty9415
    @rabindrakumarmohanty9415 3 роки тому +3

    ଆମ ସଂସ୍କୃତି ପରମ୍ପରା କେତେ ମହାନ। ପୂରାତନ କବିକଂ ରଚନା କୁ ନମିତା ଅଗ୍ରୱାଲା ସୁଦଂର ଭାବରେ ପରିବେଷଣ କରିଛନ୍ତି କରିଛନ୍ତି।

  • @debadattakaudi5293
    @debadattakaudi5293 3 роки тому +3

    Really very nice song.thanks for madam namita agrawal.jay Jagannath 🙏🙏🙏

  • @acharyacreation0371
    @acharyacreation0371 2 роки тому +1

    ଜୟ ଜଗନ୍ନାଥ 🙏 ⭕‼️⭕ଏ ସଙ୍ଗୀତ କୁ ଯେତେ ଥର ଶୁଣିଲେ ବି ଯେମିତି ନୁଆ ଶୁଣିଲା ପରି ଲାଗୁଛି। ଯେତେ ଥର ଶୁଣିଲେ ବି କିଛି ନୂଆ ନୂଆ ଲାଗୁଛି। ଜୟ ଜଗନ୍ନାଥ 🙏⭕‼️⭕ 🙏

  • @susamakumarinayak2828
    @susamakumarinayak2828 3 роки тому +6

    Heart touching mythological song🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 jay Sri Krishna 🙏🏻🙏🏻🙏🏻🙏🏻

  • @Jogesh-h2h
    @Jogesh-h2h 4 роки тому +7

    Very Beautiful...💐🥰💕

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +3

    ମୋର ଅତି ପ୍ରିୟ ଭଜନ। ଏହାକୁ
    ପ୍ରତି ସକାଳେ ଶୁଣିଥାଏ।ମଧୁର
    କଣ୍ଠରେ ମ୍ୟାଡ଼ମ ନମିତା ଅଗ୍ରୱାଲଙ୍କ ଗାନ ମୋତେ ବିମୁଗ୍ଧ
    କରିଥାଏ। ବହୁତ ଶୁଭେଛା
    ମୋର।।।।

    • @manoranjansatapathy3676
      @manoranjansatapathy3676 2 роки тому

      ନମିତା ମ୍ୟାଡମଙ୍କ କଣ୍ଠରେ ଅଛି କୁହୁକ, ଓଡ଼ିଶାର ଅଦ୍ଵିତୀୟ କଣ୍ଠଶିଳ୍ପୀ

  • @rukminimishra729
    @rukminimishra729 3 роки тому +3

    Old is gold, very nice👌👌🙏🙏

  • @srinibashrout6283
    @srinibashrout6283 2 роки тому

    Madhura Madhura Madhura laguchhi .Jay Sri Krishna.

  • @sheshdevbiswal133
    @sheshdevbiswal133 5 років тому +11

    ଜୟ ରାଧେ କୃଷ୍ଣ ଜୟ ଭାରତ

  • @rojalinsahoo7345
    @rojalinsahoo7345 3 роки тому +1

    Wa Wa Wa 🙏🙏 Jay sri krishna

  • @kartikabhutia7638
    @kartikabhutia7638 3 роки тому +6

    🙏🙏Jay sree Krishna 🙏🙏nice song......... 🙂

  • @harekrushnapattanayak5331
    @harekrushnapattanayak5331 2 роки тому

    ଅତିସ ସୁନ୍ଦର କଣ୍ଠ ।

  • @dr.bishwanathbarik6634
    @dr.bishwanathbarik6634 3 роки тому +1

    Very emotional song. Evergreen creation.

  • @prakashchandrasethi3007
    @prakashchandrasethi3007 4 роки тому +5

    ଏ ଗୀତ ଗାଇ ଯେଉଁ ଆନନ୍ଦ ମିଳୁଥିଲା, ପୁଣି ଶ୍ରେଣୀ ଗୃହରେ ଶିକ୍ଷକ ମାନଙ୍କ ଦ୍ଵାରା ଆବୃତ୍ତି କରିବାକୁ ନିର୍ଦ୍ଦେଶ ଦେଉଥିଲେ ସେ କଥା ମନେ ପଡି ଯାଉଛି।

  • @blacksonic3568
    @blacksonic3568 3 роки тому +1

    Shruti madhura,bahuta sundar.

  • @babupradhan273
    @babupradhan273 4 роки тому +10

    Very good songs collected from traditional songs.i like it Very much

  • @bindusagarbag3046
    @bindusagarbag3046 4 роки тому +6

    ଓହଃ କି ଶାନ୍ତିପୂର୍ଣ୍ଣ ସଂଗୀତ !

  • @udayalima9094
    @udayalima9094 3 роки тому +6

    That is our odia culture good old bhojon jai ka lia🙏

  • @somnathmohanta4904
    @somnathmohanta4904 3 роки тому +5

    Thank U Namita Madam for this pretty song.I like this song very much.

  • @panchanansarangi6832
    @panchanansarangi6832 4 роки тому +2

    ଶ୍ରୁତି ମଧୁର
    ଚମତ୍କାର ଭାବ ମନୋହର

  • @suryanarayanmohapatra5476
    @suryanarayanmohapatra5476 5 років тому +41

    ପୁରାତନ ସଂଗୀତ ପାଇଁ ଅନେକ ଧନ୍ୟବାଦ । ଜୟ ଜଗନ୍ନାଥ ।

  • @shubhalaxmirout8588
    @shubhalaxmirout8588 4 роки тому +2

    Very nice ancient devotional song

  • @saritamohanty7573
    @saritamohanty7573 4 роки тому +6

    Old chautisa. Very nice. Mind gloing song.

  • @sanjuktaranimisra7480
    @sanjuktaranimisra7480 3 роки тому

    Jai ho jai ho Saptascharjya mani.

  • @krushnachandrasahoo1758
    @krushnachandrasahoo1758 4 роки тому +4

    Jay Srikrushna. Sweet tone of Namita Agrawalla.

  • @sujatadas7450
    @sujatadas7450 3 місяці тому

    Jay shree radha madhab he prabhu ❤

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +2

    Very sweet voice.
    Thanks.

  • @raghunathdalabehera4546
    @raghunathdalabehera4546 4 роки тому +12

    Very beautiful spiritual song.All Hinduism brothers and sisters must have to listen.Thanks to Mrs Agrawal.

  • @chandiprasadmohanty6591
    @chandiprasadmohanty6591 4 роки тому +2

    What an excellent way of learning odia alphabet

  • @nmcreation7273
    @nmcreation7273 2 роки тому

    My Favourite song All'the best 🙏🏼👍🙏🏼👍🙏🏼👍🙏🏼👍🙏🏼👍

  • @dillipjena646
    @dillipjena646 4 роки тому +1

    Most heart touching biraha bhakti gita

  • @prafullakumarmohanty9832
    @prafullakumarmohanty9832 3 роки тому +1

    Heart touching spiritual song

  • @sanatcreation9351
    @sanatcreation9351 4 роки тому +4

    Jay sru

  • @kanchanbhunjia6902
    @kanchanbhunjia6902 3 роки тому +1

    Manabodha chautisa mora bahut pasand

  • @bisweswarmohapatro1849
    @bisweswarmohapatro1849 4 роки тому +14

    Dhanaybad, very nice and beautiful poites. Many Many thanks for the great service. JAY Jagannath swami. 💐🎄🙏🕉️🙏👌🌹🎉

  • @upendraacharya5567
    @upendraacharya5567 3 роки тому +1

    Most liked one

  • @sureshkumaracharya6553
    @sureshkumaracharya6553 4 роки тому +94

    'କଳା କଳେବର' ଚଉତିଶା କବି ଭକ୍ତଚରଣ ଦାସଙ୍କ ରଚିତ ଏକ ଚଉତିଶା | ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀ ମାନଙ୍କର ବିହର ବେଦନା ଏଥିରେ ବର୍ଣ୍ଣନା କରାଯାଇ ଅଛି | ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ |

  • @jaijawan5461
    @jaijawan5461 4 роки тому +5

    Best of namita Agarwal

  • @harekrushnapattanayak5331
    @harekrushnapattanayak5331 2 роки тому

    ଅତିସ ସୁନ୍ଦର କଣ୍ଠ । ମା ମୋର ।

  • @bhagyabantaadbang9665
    @bhagyabantaadbang9665 3 роки тому

    Jay jagannath mahaprabhu
    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sabitahota8477
    @sabitahota8477 4 роки тому +3

    Very very sweet voice I like your song sister 👃

  • @ranjansamal7798
    @ranjansamal7798 4 роки тому +1

    Super gita super କଣ୍ଠ

  • @ramakantam2694
    @ramakantam2694 4 роки тому +1

    Very nice devotional song

  • @5751bisu
    @5751bisu 3 роки тому

    Nice and super 😘🥰🤩🤩😍😍🙏🙏🙏

  • @SadanPatra-g2h
    @SadanPatra-g2h 4 місяці тому

    Bohuta sundaro.lagjchi

  • @gobindnayak7219
    @gobindnayak7219 3 роки тому +2

    Very beautiful SongExcellent voice.💩🙏🙏

  • @himanshusekharbisoi1458
    @himanshusekharbisoi1458 4 роки тому +2

    Veery sweetandTop song.

  • @soumyashortvideos208
    @soumyashortvideos208 3 роки тому +1

    Very very very nice song

  • @banamaliprusti2406
    @banamaliprusti2406 4 місяці тому

    Very nice song, it encharant hearty song.

  • @astrologerchandanpanda3607
    @astrologerchandanpanda3607 2 роки тому

    Hare Krishna hare hare .

  • @namitatripathy1379
    @namitatripathy1379 3 роки тому +2

    It is my very liking song.

  • @kalyannaik1842
    @kalyannaik1842 4 роки тому +1

    ଅତିସୁନ୍ଦର

  • @laxmidharprusty802
    @laxmidharprusty802 4 роки тому +2

    Very beautiful song

  • @tularambarge529
    @tularambarge529 3 роки тому +6

    Really interesting it is get to heart touching many times I listened from my father and sweetheart memory for me

    • @prahladadhikari8454
      @prahladadhikari8454 3 роки тому

      ନମିତା ଅଗ୍ରୱାଲଙ୍କର କଣ୍ଠରୁ ଭଜନ ସୁଣିବାକୁ ବହୁତ ଭଲ ଲାଗୁଛି। ଈଶ୍ୱର ନମିତାଙ୍କୁ ଆଶୀର୍ବାଦ କରନ୍ତୁ, ଏହା ମୋର ପ୍ରାର୍ଥନା।

  • @jayantapati466
    @jayantapati466 5 років тому +2

    Bahut sundar geeta.

  • @mamatapanda7668
    @mamatapanda7668 3 роки тому +2

    How sweet voice!!!!

  • @harekrushnapattanayak5331
    @harekrushnapattanayak5331 3 роки тому +2

    ଏହି ଗୀତ ଆମ ସଂସ୍କୃତିର ପରିପ୍ରକାଶ ଓ ଆମ ଓଡିଆ ଭାଷା ସହିତ୍ୟରେ ଯୋଜୁଲ୍ୟମାନ ।

  • @sangramnayak7155
    @sangramnayak7155 4 роки тому +6

    It is a successful career songs of namita sister 🙏🏼🙏🏼🙏🏼

  • @dillipjena646
    @dillipjena646 4 роки тому +1

    Most heart touching Bhajan

  • @krushnachandraswain4962
    @krushnachandraswain4962 3 роки тому +5

    I recollect my childhood days when my mother sings this songs putting me on her lap,very good heart touching song,thank you namitaji

  • @nimainag9605
    @nimainag9605 3 роки тому

    Jaya Shree Radhakrishnan very beautiful songs for you lasted song

  • @BijayKumar-xi8ym
    @BijayKumar-xi8ym 4 роки тому

    Anupama rachanabali ku sulalita kantha re gaikari Odishara Bhakti bhandara ku Madam Apana Rudhimanta karithibaru Mun bahut khusi. Bijay jata-----IFFCO Paradip.

  • @sanjuktaranimisra7480
    @sanjuktaranimisra7480 3 роки тому

    jai jai sanga sa Sanginini Hari krushna pura pachila jami

  • @nmcreation7273
    @nmcreation7273 2 роки тому

    Jay shree krishna 🙏🏼❤️🙏🏼❤️🙏🏼❤️