283. Prakruta daya kan? || ପ୍ରକୃତ ଦୟା କ'ଣ? || ଶ୍ରୀଲ ପ୍ରଭୁପାଦ ଶତ ବାର୍ଷିକ ଆବିର୍ଭାବ ଉତ୍ସବ

Поділитися
Вставка
  • Опубліковано 24 чер 2024
  • ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ
    ସାରାଂଶ :-
    ଶ୍ରୀଲ ପ୍ରଭୁପାଦ ଶ୍ରୀ ଶ୍ରୀ ଜଗନ୍ନାଥ, କୃଷ୍ଣ, ଚୈତନ୍ୟ ମହାପ୍ରଭୁଙ୍କର ପ୍ରିୟ ଭକ୍ତ ॥
    କୃଷ୍ଣଚେତନା ଶିକ୍ଷା ପ୍ରସାର କରିବା ପାଇଁ ଶ୍ରୀ ଶ୍ରୀମଦ୍ ଏ. ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଜଗନ୍ନାଥ, କୃଷ୍ଣଙ୍କ ଦ୍ୱାରା ଏ ଜଗତକୁ ପ୍ରେରିତ ହୋଇଥିଲେ ॥
    ସମସ୍ତ ଜୀବ ଜଗତର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ହେଉଛନ୍ତି ଜଗନ୍ନାଥ, କୃଷ୍ଣ ॥
    ତାଙ୍କର ପ୍ରିୟ ଭକ୍ତ, ସାଧୁ ସେ ମଧ୍ୟ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ ॥ ଜୀବାତ୍ମା ଭଗବାନ୍ କୃଷ୍ଣଙ୍କ ନିତ୍ୟ ସନାତନ ଅଂଶ ॥
    ପ୍ରୀତିର ଆଧାର ହେଉଛନ୍ତି ଭଗବାନ୍ କୃଷ୍ଣ ॥
    ଆମର ଭଗବାନ୍ କୃଷ୍ଣଙ୍କ ସହିତ ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଅଛି, ମାୟା ଶକ୍ତି ଯୋଗୁଁ ଆମେ ଭଗବାନ୍ କୃଷ୍ଣଙ୍କ ସହ ଆମର ସମ୍ବନ୍ଧ ଭୁଲିଯାଉ ॥
    ମାନବ ଯୋନିକୁ ଦୁର୍ଲଭ କୁହାଯାଇଛି କାରଣ ମାନବ ନିଜର ଚେତନା ବିକାଶ କରିପାରିବ ଯାହା ଅନ୍ୟ ଯୋନିରେ ସମ୍ଭବ ନୁହେଁ ॥
    ବେଦରେ ତ୍ରିତତ୍ତ୍ଵ ବିଷୟରେ କୁହାଯାଇଛି (ସମ୍ବନ୍ଧ, ଅଭିଧେୟ ଓ ପ୍ରୟୋଜନ) ॥
    ଭଗବାନ୍ କୃଷ୍ଣ ଏକମାତ୍ର ପ୍ରୀତିର ବିଷୟ ଏବଂ ଜୀବାତ୍ମା ପ୍ରୀତିର ଆଶ୍ରୟ - ଏହା ହେଉଛି କୃଷ୍ଣ ଏବଂ ଜୀବ ମଧ୍ୟରେ ସମ୍ପର୍କ ॥
    ଜୀବାତ୍ମା ଉପରେ ପ୍ରକୃତ ଦୟା ହେଉଛି କୃଷ୍ଣଚେତନା ବିଷୟରେ ଶିକ୍ଷା ଦେବା, ନାମରେ ରୁଚି ଏବଂ ଜୀବ ପ୍ରତି ଦୟା ॥
    କଳି-ଯୁଗରେ ଏକମାତ୍ର ଯଜ୍ଞ ହେଉଛି ସଙ୍କୀର୍ତ୍ତନ ଯଜ୍ଞ ଯାହା ଏହି ଯୁଗର ଯୁଗଧର୍ମ ଅନୁମୋଦିତ ଅଟେ ଏବଂ କଳି-ଯୁଗରେ ଭଗବାନଙ୍କ ନାମର ଆଶ୍ରୟ କରି ଭକ୍ତି କରିବାକୁ ପଡ଼େ ॥
    For more Odia lectures - • Odia Lectures_Sri Srim...
    For English lectures - • Sri Srimad Gour Govind...
    For Short Clips - • Sri Srimad Gour Govind...
    #odia #iskcon #iskconbhubaneswar #ssggsm #gourgovindaswami #odialectures #iskconlecture #iskconodialecture #iskconlecture #iskcontemple #bhakti #bhaktisong #bhaktibhajan #odiaprabachana #odialectures #odisha #pravachan #bhaktipravachan
  • Розваги

КОМЕНТАРІ •