CHANDAN JATRA @SABARA SRIKHETRA, ଶାବର ଶ୍ରୀକ୍ଷେତ୍ର ରେ ଚନ୍ଦନ ଯାତ୍ରା.

Поділитися
Вставка
  • Опубліковано 29 тра 2024
  • ଶାବର ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା
    ଚଳିତ ବର୍ଷର ଶାବର ଶ୍ରୀକ୍ଷେତ୍ରର ଚନ୍ଦନ ଯାତ୍ରା . ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ୨୧ ଦିନ ବ୍ୟାପୀ ଚାପ ଯାତ୍ରା ବା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସ୍ଥାନୀୟ ଚନ୍ଦନ ପୋଖରୀରେ ମହା ଆଡମ୍ବରରେ ପାଳିତ ହୋଇଛି । ପ୍ରତିଦିନ ସଂନ୍ଧ୍ୟାରେ ମନ୍ଦିରର ସଂନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ଓହ୍ଲାଇ ଆସି ଭକ୍ତଙ୍କ ଗହଣରେ ଚନ୍ଦନ ପୋଖରୀରେ ଚାପ ଖେଳିଥିଲେ । ବିମାନ ଚନ୍ଦନ ପୋଖରୀରେ ପହଞ୍ଚିବା ପରେ ରୀତି ଅନୁସାରେ ନୀତି ଏବଂ ବିଧି ଅନୁସାରେ ପୂଜା କରି ଏକ ସ୍ୱତନ୍ତ୍ର ଡଙ୍ଗାରେ ଠାକୁର ମାନଙ୍କୁ ବିଜେ କରାଯାଇଥିଲା । ପରେ ପୋଖରୀରେ ଚାପ ଖେଳ କରାଯାଇଥିଲା । ସଂପୂର୍ଣ୍ଣ ଆଧ୍ୟାମିôକ ପରିବେଶରେ ଏ ବର୍ଷ ଶହ ଶହ ଭକ୍ତଙ୍କ ଗହଣରେ ଚାପ ଖେଳ କରାଯାଇଥିଲା । ଚାପ ଚାଲୁଥିବା ବେଳେ ଭକ୍ତଙ୍କ ଦ୍ୱାରା ଗୀତ ଗୋବିନ୍ଦ ଗାନ ପରେ କୀର୍ତ୍ତନ ଏବଂ ଭଜନ ସମାରୋହ ଦେଖିବା ପାଇଁ ପରିସର ଆଧ୍ୟାମିôକ ହୋଇଯାଇଥିଲା । ଘଣ୍ଟ ଘଣ୍ଟା ଆଲଟ ଚାମର,ହରିବୋଲ ଓ ହୁଳହୁଳି ମଧ୍ୟରେ ପୁଣି ଥରେ ବିମାନରେ ପରିକ୍ରମା କରି ଫେରୁଥିଲେ ତ୍ରୀମୂର୍ତ୍ତୀ । ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା କରାଯାଇଥିବା ଯୋଗୁଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ଆନନ୍ଦ ଦେଖିବାକୁ ମିଳିଥିଲା ।

КОМЕНТАРІ • 1

  • @kirtisaraka57
    @kirtisaraka57 Місяць тому

    Hari bol manima 🙇🏻‍♀️ jai shree jagarnath 🙏🏻❤️🤍