Bitalaku Alingana || ବିତଳକୁ ଆଲିଙ୍ଗନ || Baidehisha Bilasa || ବୈଦେହୀଶ ବିଳାସ || ନବମ ଛାନ୍ଦ || Chhanda 9
Вставка
- Опубліковано 7 лют 2025
- [Turn on CC to see subtitles in Odia with Detailed Explanation]
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ନବମ ଛାନ୍ଦ: (ରାଗ-ଚୋଖି)
ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ।
ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ।
ବିଦ୍ୟ ହୈମବତୀ ପଦରେ,
ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧।
ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହୁଁ ଉଚିତ।
ବିଶାରଦ ସେ ସାମନ୍ତ ମତରେ ଦାସ ସେବିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ।
ବିଷଧର ପ୍ରାୟେକ ତୁହି,
ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି।୨।
ବଧୀର ନୁହଇ ବୀର ବୋଇଲା ତହୁଁ ଧୀବର, ଶୁଣିଲିଣି ପଥରେ ପଥର ଅବଳା।
ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ, ନଉକା ନାୟିକା ହେଲେ ବୁଡ଼ିବ ଭେଳା।
ବୃତ୍ତିଏ ମୋ ପୋଷେ କୁଟୁମ୍ବ,
ବସାଇ ନ ଦେବି ପାଦ ନ ଧୋଇ ନାବ।୩।
ବଢ଼ାଇ ଦେଲେ ପୟର, ଭାବଗ୍ରାହୀ ରଘୁବୀର, ପୟରେ କ୍ଷାଳିତ କରି ବସନେ ପୋଛି।
ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନକୁ ଇଛି।
ବିଜ୍ଞାନୀ କୈବର୍ତ୍ତ ଧୋଇଲା,
ବିଶ୍ବେ ପତିତପାବନ ନାମ ରହିଲା।୪।
ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ ପ୍ରତିହାରି କରିରେ ମଣାଇ ବସାଇ।
ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମ ଭାଗିରଥୀ କିମ୍ପା ହେଲା କହ ଗୋସାଇଁ।
ବିଷ୍ଣୁ ନଖ କୋଣେ ଏ ଥିଲା,
ବାମନାବତାରେ ଭଗିରଥ ଆଣିଲା।୫।
ବିଧିପୂର୍ବ କରି ଋଷି ସମସ୍ତ ଚରିତ ଭାଷି ତରୀ ତ ତ୍ୱରିତ ଯାଇ ଲାଗେ କୂଳରେ।
ବିହାରି ହେଲେ ମାର୍ଗର ମାର୍ଗଣ କମାଣଧର ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର।
ବିଦେହମଣ୍ଡଳେ ପ୍ରବେଶ।
ବାରବେନି ପୁର ସାର ମୋହନ ପୁଂସ।୬।
ବିପଣିରେ ଥିଲ ଜନେ ଭାବନା କଲେ ଦଶନେ ଆଗତ କି ଧାତା ହର ମଧ୍ୟରେ ହରି।
ବିଭଞ୍ଜନ ଶିବଧନୁ କରି ମରକତ ତନୁ ବିଭା ହେବେ ସୀତା ନିଶ୍ଚେଁ ଜନ୍ମିଛି ଶିରୀ।
ବଶ ଏ ରମ୍ୟରେ ମାନସ।
ବିଜେ ରାସ ଅଦଭୁତେ ଶୁଭେ ଏ ଘୋଷ।୭।
ବିଭ୍ରମୁ ଏ ଶବ୍ଦ ଚିତ୍ତେ ରା କା ହୋଇଗଲା ଶ୍ରୁତେ ନାରୀଏ ଭାଳିଲେ କେହି ସେ ରୂପବନ୍ତ।
ବଳର କବି ମାନସ ନାମ ପଛେ ତ ପ୍ରକାଶ ଅଖଣ୍ଡଚନ୍ଦ୍ର ଏ ହୋଇବାର ଉଚିତ।
ବୋଧିବେ ନୟନ ଚକୋରୀ।
ବିଶେଷେ ଶୋଭା ପୀୟୂଷ ପାନ ବିସ୍ତାରି।୮।
ବିଷୟ କରି ଅନ୍ତର ସେ ପ୍ରାନ୍ତ ହତ ପ୍ରକାର ମଣି ରମଣୀ ବାହାର ଛନ୍ନ ଦ୍ୱିଗୁଣ।
ବିନାଶି ଗୁରୁ ଗୌରବ ତାହାଙ୍କରି ସେହି ଭାବ ଉଦିତରୁ କରି ନ ପାରିଲେ ବାରଣ।
ବେଶେ ଥିଲେ ଯେତେକ ନାରୀ।
ବିହେ କେ ନେତ୍ରେ କଜ୍ଜ୍ୱଳ ଛଳେ କସ୍ତୁରୀ।୯।
ବକ୍ଷସ୍ଥଳେ କେଉଁ ବାଳା କିଙ୍କିଣୀକି ନମ୍ବାଇଲା ଚାପସରିକି ଖଞ୍ଜିଲା ମଧ୍ୟଦେଶରେ।
ବେଶକାରୀ କେ କାହାର ସିନ୍ଦୂର ଦେଲା ପୟର ଚିତା ଲଲାଟରେ ଲେଖେ ଲାକ୍ଷାରସରେ।
ବିଗନ୍ଧ କରି କେ ଚିକୁର।
ବେଗେ କଙ୍କତିକାରେ ଶାମଳେ ଚାମର।୧୦।
ବସିଥିଲା ପତିକୋଳେ କେ ଘେନି ପତିତ ମେଳେ ଗତି କରି ଯୁବା ଦେଖା ଗତି ସେ କରି।
ବିପରୀତ କାହା ସାଇଁ ମାଗୁଁ ଦେଖିବା ଆଶାୟୀ ରୀତି ଦୁଇ ପୁଂସେ ଭାଷେ ପୁଷ୍ପେ ସଞ୍ଚରି।
ବଳା ଖଞ୍ଜୁ କେ ମାନୀ ଭାଷି।
ବଲ୍ଲଭେ ଭୁଲାଇ କେବେ ନୁହଇ ଦୋଷୀ।୧୧।
ବୟସୀଏ ଗୀତ ଗାଇ କେ ରାମା ବୀଣା ବଜାଇ ଥୋଇଅଛି ଭାବି ଚାହିଁ କୁଚ ରୋମାଳୀ।
ବାଜିତ କିଙ୍କିଣୀ ସ୍ୱର ମଣିତ ଧାଉଁ ପ୍ରଚାର ଅମ୍ଭଠାରେ ଦେଲା ଭାଳି ଗମିଲା ଆଳୀ।
ବିସୋର ସେ ରାଗରେ ରାଗ।
ବୋଲୁଥିଲେ ରାମକେରୀର ଳ ସଂଯୋଗ।୧୨।
ବାନ୍ଧବ ବାନ୍ଧବୀ ରଞ୍ଜି ପରସ୍ପରେ ଭୁଞ୍ଜାଭୁଞ୍ଜି ପାନ ତୁଚ୍ଛା କର ଦିଆଦେଇ ହୋଇଲେ।
ବାହୁ ବାହୁ ଆଲିଙ୍ଗନ ଲତିକା ତରୁ ସମାନ ତରୁଣ ତରୁଣୀ ଥିଲେ ତେଜି ଧାଇଁଲେ।
ବାମା କେହି ହରିଦ୍ରା ଘେନେ।
ବିଚ୍ଛିତି ଦେଖାଇ ଗଲା ନ ପୋଛି ସ୍ନାନେ।୧୩।
ବଧୂ ପାତ୍ର ସାମନ୍ତଙ୍କ ଷ୍ରବଣେ ଅତି ଉତ୍ସୁକ ଜଗତୀ ଗତିକି ଦେଖି ସଖୀଏ ଭାଷେ।
ବଡଭି ଲଭିଲ ନାହିଁ ବଡଭୀ ଲଭିବ ଚାହିଁ ଜଗତି ଗତି ଦାତାଙ୍କୁ ଅନଙ୍ଗ ବଶେ।
ବାଟି ଶ୍ରମିହେବୁଁ ଉଶୀର।
ବାଧିବ ସରିବ ବେନି ଶିଶିରକର।୧୪।
ବିଗ୍ରହ ତ୍ୱରା ଆରମ୍ଭେ ସୁନ୍ଦର ଦର୍ଶନ ଲୋଭେ ପ୍ରଭଞ୍ଜନ-ପଥ ପ୍ରଭଞ୍ଜନ ହୋଇବ।
ବିଶ୍ୱସ୍ତେ ଜାତ ଏତେକ ଲାଭ ହୃଦ ସମ୍ପୂଟକ ମଧ୍ୟରେ ସେ ମନୋରମ-ମଣି ଥୋଇବ।
ବୋଲେ ସେ ତୁମ୍ଭର ନୋହିବ?
ବଞ୍ଚନା କଲାଣି କେତେ କାଳୁ ଦଇବ।୧୫।
ବିବୁଧାଳୟ ଜଗତୀ ସ୍ଥିତି ନାରୀ ସୁରୀଭ୍ର୍।ନ୍ତି ସୁମନା ମନ ମୋହନ ଛବି ଯାହାର।
ବିଳୁଁ ବାହାରିଲା ପରି ନାଗ-ନାଗରୀ ଚାତୁରୀ ମଣି-ଭୂଷଣୀ ମଧ୍ୟରୁ ଯେତେ ବାହାର।
ବେଭାରେ ତମାନବୀ ସର୍ବେ।
ବିଶୁଦ୍ଧ ତ୍ରିପୁର ଲୀଳା ତହିଁ ସମ୍ଭୁବେ।୧୬।
ବାମା କାଳ ଭାନୁ ବାମା ପ୍ରସବ ସୂନୁ ସୁଷମା ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା।
ବରନ ବସନ ଧରେ ନୀଳ ପୀତ ପରସ୍ପରେ ସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା।
ବିହ୍ୱଳିତ ଦମ୍ଭ ଅନାଇ।
ବାସ କଲା ଚିତ୍ତ ରାମ ଲକ୍ଷ୍ମଣେ ଯାଇଁ।୧୭।
ବାଡେ ଯେ ଆଉଜି ରହି ଚିତ୍ର ପ୍ରତିମା କି ସେହି ନିରବଲମ୍ବିନୀ କି ଇନ୍ଧନ ପିତୁଳା।
ବନ୍ଧକୀ ସ୍ୱଭାବ ଲିଟି ପତିବ୍ରତା କଲେ ହଟି ସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା।
ବୋଲନ୍ତି କି କାହା ଶୁଣନ୍ତି।
ବିଜ୍ଞାତ ନୋହେ ମାଦକୀ ଚେତା ଆକୃତି।୧୮।
ବୈଦେହୀ ବିମଳଦେହୀ କମଳ ବେଶରେ ନାହିଁ ସହୀ ସହିତରେ ଥିଲେ ମଣ୍ଡି ଅଟ୍ଟାଳୀ।
ବିହି ଲୋକନେ ପ୍ରଶଂସା କଳାଙ୍ଗେ କଲେ ଲାଲସା ଗଉରେ ଗଉରବତା ନେତ୍ର ନ ଢାଳି।
ବର ଦେବରେ ଯେ ମନାସେ।
ବରଦେବର ହେବାକୁ ମାନସେ ଘୋଷେ।୧୯।
ବାମଲୋଚନ ସ୍ଫୁରିତା ବାମମୋଚନ ବିଧାତା ପାଞ୍ଚୁ ପୁଲକ ପୁଲକ କପୋଳେ ଦିଶି।
ବୃଦ୍ଧବୟଃ ସଙ୍ଗୀବାର ଭାଙ୍ଗିବ ଏ ଧନୁବର ମନରେ ଏମନ୍ତ କର ତା ଜାଣି ଭାଷି।
ବ୍ୟକତ ଏମନ୍ତ ବଚନ।
ବିଶ୍ୱାସ ନିଃଶ୍ୱାସ ହାସ ନାଶା ଆନନ।୨୦।
ବିପ୍ରଳାସ ଥାଇ ଭାଷେ ମନମାୟା ଯେ ରଭସେ ଏ ଯୋଗ ତୋର କର୍ମରେ ଅଛି ଘେନ ରେ।
ବ୍ୟଳୀକ ଏ କି? ଜନକ ନାରୀକେଳ ସଦୃଶକ ଧନୁ ସ୍ୱୟମ୍ବର କୃତ ତୋଷଦାନରେ।
ବିଦଗ୍ଧତା ଚିତ୍ତେ ଘେନିଲେ।
ବୟସୀଗଣ ପ୍ରମାଣ ପ୍ରମାଣ ବୋଲେ।୨୧।
ବୃକୋଦର ବାସବର ଦିଗଦନ୍ତୀ ମନୋହର ବିହରି ମଖଶାଳାରେ ପ୍ରବେଶବେଳେ।
ବଂଶିକ ରାଜା ମାନସେ ମଧ୍ୟରୁ ଧୈର୍ଯ୍ୟ ସାରସ ଅସ୍ପରଶେ ଦରଶନେ ଉତ୍ପାଟି ନେଲେ।
ବିଚିତ୍ର-କର୍ମାଙ୍କ ଆଲୋକେ।
ବିଦେହରାଜ କୌଶିକେ ପୁଚ୍ଛିଲେ ଏ କେ?୨୨।
ବଲଗିଲେ ମୁନି ତ୍ୱରିତ ଦଶରଥ ବେନିସୁତ ବନେ ତାଡକା ବିନାଶି ରଖି ମୋ ଯାଗ।
ବିନ୍ୟସ୍ତ କରି ଚରଣ ଗୌତମ-ନାରୀ ତାରଣ ଶିବ ଚାପ ଦେଖିବାକୁ ଏବେ ଉଦ୍ବେଗ।
ବୋଇଲେ ଦେଖିଲେ ଦେଖନ୍ତୁ।
ବାଳ କୁମାରେ କି ହେବ ଏହାଙ୍କ ହେତୁ?୨୩।
baidehisha bilasa by upendra bhanja
#BitalakuAlingana #BaidehishaBilasaByUpendraBhanja #ବୈଦେହୀଶବିଳାସ
#Bitalaku #Alingana #UpendraBhanja #BhanjaSangeeta #BhanjaSangita
#KabisamratUpendraBhanja #NabamaChhanda
#BaidehishaBilasa
#Bishnupadi #Bishnupada #UpendraBhanjaSangeeta #UpendraBhanjaSongs #UpendraBhanjaSahitya #UpendraBhanjaBhajan #UpendraBhanjaChhanda #UpendraBhanjaKabita #ବିତଳକୁଆଲିଙ୍ଗନ
Baidehisha Bilasa By Upendra Bhanja
Upendra Bhanja Songs
Bitalaku Alingana
Kabisamrat Upendra Bhanja
Upendra Bhanja Chhanda
ବାଳି ବଳିଷ୍ଠରେ ସାର ବଳ କୋଟିଏ ସିଂହର ଭଞ୍ଜିବା ଥାଉ ଭାଜିଲା ଶୁଣି ଛଳିତ।
ବିଷ୍କିରେ ଗଣ୍ଡଭେରଣ୍ଡେ ଗଜକୁ ଘେନିଣ ଉଡେ ଡାଳେ ବସେ, ଭାରତୀରେ ଭର ବିହିତ।
ବୋଲେ ପର୍ଶୁରାମ ପୂଜିଲେ।
ବ୍ୟଭିଚାର କ୍ଷତ୍ରି ଧର୍ମ ବିପ୍ର ବୋଇଲେ।୨୪।
ବାଣାସୁର କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ହେଜ ଟେକି ନ ପାରିଲେ ତହୁଁ କଲେ ଉତ୍ତର।
ବୃଶ୍ଚିକ କର୍କଟପରି ସିନା ତାହାଙ୍କ ମାଧୁରୀ ନାଗ ବ୍ୟତ୍ରକେ କେ ଆନ ଧରଣୀ ଧର।
ବିଂଶକର କହିବା ନୋହୁ।
ବାଳି ଅର୍ଜୁନରେ ଧରାଯାଇଛି ଯେହୁ।୨୫।
ବିଘ୍ନରାଜ ମହାସେନ ଲବଣ ଆଦି ରାଜନ ପ୍ରଭା ଦେଖାଇ ମଲିନ ଭାବ ଭାଷିଲେ।
ବିଞ୍ଚକ ପରାୟେ ତେବେ ମୁଖରେ ଅନଳେ ଜବେ ଦେଖାଇ ନାଶି ଭୀରୁକ ହେଲେ ଦୁଷିଲେ।
ବିବୋଧ ନୁହ ହେ ଜନକ!
ବିଭୀତେ ଦେଖିବେ ଏ ଅଣାଅ ପିନାକ।୨୬।
ବିତପନ କଲେ ନେଇ ତପନବଂଶିକ ତହିଁ ସଭାରେ ଲୋଭା ଅନାଇ ନୃପ ସକଳ।
ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ।
ବହ୍ନିକ, ତୁରଷ୍କ, ନିଷେଧ।
ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡଙ୍ଗ, ମଗଧ।୨୭।
ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ, ଗଉଡ, ମ୍ଳେଚ୍ଛ, ଆରବ, ମାଳବ, କଚ୍ଛ, କୁରୁ, ସଞ୍ଚାଳ।
ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ, ଗଳ, ଡାହାଳ, ଲୋମଶ, ପୁଣ୍ଡ୍ର, କୋଶଳ।
ବେଲାଉଳ ଆଦି ଏ ଠିକ।
ବିଶେଷି କହିବା କେତେ କହେ ଜନକ।୨୮।
ବିନିନ୍ଦ୍ୟ ଭୁପତିମାନେ ବହୁଦିନୁ ଅଭିମାନେ ବସ କି କାରଣେ ଧନୁ ଆଣ ନ କହ।
ବ୍ୟାଜ ଦମ୍ଭ ପରା ପ୍ରତେ ଏବେ ଦଶରଥ ସୁତେ ଆସିଛନ୍ତି ଦେଖିବାକୁ ବଳାଇ ସ୍ନେହ।
ବୋଇଲେ ଆଣିବା ସେ ଚାପ।
ବଦନ୍ତେ ଅଣାଅ କହେ ନୃପକଳାପ।୨୯।
ବଳବନ୍ତ ଏକୁଁ ଏକ ଆଜ୍ଞାକୁ ମଲ୍ଲ ଅନେକ ଯନ୍ତ୍ରେ ଓଟାରି ଆଣିଲେ ମଞ୍ଜୁଷଗୋଟି।
ବ୍ରହ୍ମାଣ୍ଡଯାକ ଧଇଲେ ଚଳନ୍ତା ନାହିଁ ଯେ ତିଳେ ଚକ୍ର କଟ୍ କଟ୍ ହୁଁକାର ନଭେ ପ୍ରକଟି।
ବାକ୍ ଚାତୁରୀ ମଇଥିଳର।
ବାଣାସନ ଆସିଲା ବିଳମ୍ବ ନ କର।୩୦।
ବଳବାନେ ଅଧିକ କେ ଜାଣୁ କଷଟୀ କାର୍ମୁକେ ସମୂଳେ ହୋଇଲେ ସିନା ସୁବର୍ଣ୍ଣ ସର୍ବେ।
ବଇଦେହିକ ଯେ ଆମ୍ଭେ ଭୂଷଣ କର୍ମ ଆରମ୍ଭେ କନ୍ୟାରତ୍ନ ସଙ୍ଗେ ଯୋଗ କରିବୁଁ ତେବେ।
ବଚ ଶ୍ରୋତେ ଗଲେ ସମସ୍ତ।
ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତ।୩୧।
ବିଭାବସୁ ବିଭାବସୁ ଏକସ୍ଥାନେ ଏ କି ବସୁଁ ଭାବି ନେତ୍ର ବୁଜି ମୁଖ ପଛକୁ କଲେ।
ବିଳେ ନିଦ୍ରା ହରି ବୃଷ ବିଳେ ନିଦ୍ରା ହରି ବୃଷ ଦେଖି ଯଥା ପଳାୟିତ ତଥା ହୋଇଲେ।
ବାସେ ଯାଇ କେତକୀ ପାଶେ।
ବସେ ପଲାଶେ ଭୃଙ୍ଗାଳି କି ସ୍ୱଭାବୁଁ ସେ।୩୨।
ବୈରାଗ୍ୟ ଆକୁଳ କୂଳେ ଭାସିଲେ ଭୁମିପବୁଳେ ଭାଷିଲେ ଜନକ ଗମ ଶ୍ରୀରାମ ବେଗେ।
ବତାଇ ସୁମିତ୍ରା ବତ୍ସ ନାହିଁ ସୁମିତ୍ରାରି ସ୍ୱଚ୍ଛ ନମ୍ରେ ଧଇଲେ ବାଛିବେ ଚାପେ ଓଳଗେ।
ବିଶ୍ୱାମିତ୍ର ନେତ୍ରରୁ ଜାଣି।
ବାହାରିଲେ ଶସ୍ତ୍ର ଦେଇ ଲକ୍ଷ୍ମଣ ପାଣି।୩୩।
ବିକ୍ରମ ଗତିକି ବିହି ଶରଧା ଚାପକୁ ଚାହିଁ କେଶରୀ ଗିରି ମଧ୍ୟରୁ ସେହି ସ୍ୱଭାବେ।
ବିରାଜି ମୂର୍ତ୍ତି ଯେ ଧୃତ ମଞ୍ଜୁ ମଞ୍ଜୁଷରୁ ସତ ଧନୁ ଆକର୍ଷି ଆଣିଲେ ପନ୍ନଗ ଭାବେ।
ବକପୁଷ୍ପ ମାଳା ମାଳିକା।
ବିକ୍ରୟକୁ ଚାଙ୍ଗଡା଼ରୁ ଟେକିଲା ଦୃକ।୩୪।
ବକ୍ତ୍ରେ ଗଳି ରାଜନ୍ୟଙ୍କ ବକ୍ତ୍ରେ ଜନକ ଜନକ ଏହି ଗିରି ଶରଭେଦ ହୃଦୟ କରେ।
ବିଜୟୀ ଏ ତ୍ରିପୁରର ବିଜୟୀ ଏ ତ୍ରିପୁରର ଧଇଲା ଧଇଲା ଧନୁ ଅନାୟାସରେ।
ବିଦ୍ରାବକୁ ଲଜ୍ଜାରେ ଭାଳି।
ବିପଲକେ ଅନାଇଲେ ନ ପାରି ଚଳି।୩୫।
ବରାକାବରାଙ୍ଗୀ ସୀତା ବରାକ କର ଇ ଚିନ୍ତା ଜୀବନ ଯାଉ ନୋହିଲେ ହେଲେ ଏ ବର।
ବିମିଳିତ ନେତ୍ର ଫିଟେ ମୁଦ୍ରିତ କଞ୍ଜ କି ଫୁଟେ ପ୍ରମୋଦଦାୟକ ପରଭୃତଙ୍କ ସ୍ୱର।
ବ୍ୟଲୀକତା କେ ବୋଲୁଥିଲା।
ମଧୁର ସେ ଦି(ଦୀ)ନବନ୍ଧୁ ଦର୍ଶନେ ହେଲା।୩୬।
ବୃନ୍ଦାରକ-ବୃନ୍ଦାରକେ ସେ ଯେ ପୁଚ୍ଛିଲେ ଜନକେ ଦେବା ଶିଞ୍ଜିନୀ ଉତ୍ତମ ବୋଲି ସେ କହି।
ବୀର୍ଯ୍ୟ ଦମ୍ଭ ବେନି ଯୋଗେ ଅଷ୍ଟନାଗେ ଅଷ୍ଟନାଗେ ଧର ଧରଣୀକି ବୋଲେ ଲକ୍ଷ୍ମଣ ତହିଁ।
ବିକଳିତେ ପୃଥିବୀ ଭାଳେ।
ବସୁ ହୁଳ ପାଦଅନ୍ତେ ପଡି଼ବି ତଳେ।୩୭।
ବୃଦ୍ଧାଙ୍ଗୁଳି ପରେ ପଦେ ରାମ ରଖିଲେ ସମଦେ ଜାଣିଲେ ତା ଅତ୍ୟନ୍ତ ଅଧୈର୍ଯ୍ୟ ହେବାର।
ବାସୁକି କି ବହେ କୂର୍ମ ବହିଲା ସେ ମନୋରମ ଗୁଣବନ୍ତ ଗୁଣ ଦତ୍ତ କଲେ ସତ୍ୱର।
ବୈନାଶିକ ନାଡୀ ମୋ ହେଲା।
ବାମେ ରହି ଅଜଗବ ବିଚାର କଲା।୩୮।
ବିଗୂଢ଼ବଶେ ଓଟାରେ ପ୍ରଚଣ୍ଡ ମଲ୍ଲ ହସ୍ତରେ ଏରଣ୍ଡ ଦଣ୍ଡ ପଡି଼ଲା ପରି ଭାଜିଲା।
ବ୍ରହ୍ମାଣ୍ଦ ଭାଣ୍ଡ ପୂରିତ ପ୍ରଳୟକାଳେ ଏକତ୍ୱ ଚାରିମେଘ ଗର୍ଜିଲା ଶବଦ ଗଞ୍ଜିଲା।
ବିବୁଧେ ମୂର୍ଚ୍ଛିତ ଚେତାରେ।
ବେଳେ ପ୍ରାଣ ଅମୃତ ରଖିଲା ବିଚାରେ।୩୯।
ବସୁଧାଭୃତେ ଟଳିଲେ ବସୁଧାଭୃତେ ଚଳିଲେ ସେହି ତରଳିତ ଧାତୁ ଧାରା ହେଲାଟି।
ବଳି-ବର-ବଳୀ ବର ଆନ କି ହୋଇବ ମୋର ଭାବେ ଶତକୋଟି ଶତକୋଟି ତ ବୃଷ୍ଟି।
ବିଚିତ୍ର କି ନରେ କିନ୍ନରେ?
ବିଚେତନ ହେଲେ ଯହିଁ ନାରକି ନରେ।୪୦।
ବିଭ୍ରଷ୍ଟ ଯେ ବ୍ରହ୍ମଚାରୀ ଧ୍ୟାନ ତହିଁକି ବିଚାରି ବିଭ୍ରଷ୍ଟ ଯେ ବ୍ରହ୍ମ ଚାରିମୁଖୁଁ ବେଦହିଁ।
ବିଖଣ୍ଡନ ଚଣ୍ଡିମାନ ଈଶରେ ସ୍ନେହୀ ନ ଘେନ ବିଖଣ୍ଡନ ଚଣ୍ଡୀମାନ ଈଶରେ ସ୍ନେହୀ।
ବାହାରନ୍ତେ ବ୍ରହ୍ମାଣ୍ଡ ଫୁଟି।
ବିରବ ସମସ୍ତଙ୍କର ଜ୍ଞାନ ପ୍ରକଟି।୪୧।
ବୀରେଶ୍ୱର କରି ପୂଜା କଲା ସେ ମିଥିଳା ରାଜା ବସାଇ ରଘୁତ୍ତମଙ୍କୁ ସିଂହାସନରେ।
ବିହାୟସେ ଦେବେ ଆସେ ରାମ ଦର୍ଶନ ଲାଳସେ ଶବ୍ଦ ଶୁଣି ରାବଣ ମିଳିଲା ସେଠାରେ।
ବୀର ସେ ବାହୁଡେ଼ ବିରସେ।
ବୟାଳିଶ ପଦେ ଛାନ୍ଦ ଉପେନ୍ଦ୍ର ଭାଷେ।୪୨।
ଭରୀ ଭଲ କାମ କରିଛନ୍ତି
Lllllllllllllllllllll00lllllpll
ଧନ୍ଯବାଦ🙏
Thank you so much
Kamala kanta bahan vakhydhari nari jan ta sut ta Ripu Purna mukha mallina,,,, kanak pur jahar ta Ripu dutta vandar sanjoga karina pani Rabi sutena ,,kuche pade kajwal pani. ,,Karl Ripu dhari pati siru ki jani
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କୁ ଶତ ଶତ ପ୍ରଣାମ। ସୁନ୍ଦର ସାବଲୀଳ ଭାବରେ ପରିବେଷଣ ପାଇଁ ଧନ୍ୟବାଦ। ଜୟ ଶ୍ରୀ ରାମ 🙏🙏
JAYA JAYA SHRI KRUSHNA! This divine song is the best I have come across in my life (78) in Odia and Hindi. No doubt, Kavi Samrat Upendra Bhanja was the best poet ever. Those who are singing also deserve praise. Well presented. God bless all!
ଆହା! ମନ ହୃଦୟ ଭରିଗଲା। ଧନ୍ୟ କବି ସମ୍ରାଟ! ଧନ୍ୟ ଆପଣଙ୍କ ଏ କାଳଜୟୀ ସୃଷ୍ଟି। ଜୟ ଜୟ ଶ୍ରୀରାମ
JAYA JAYA SHRI KRUSHNA! Wonderful way to tell God Ram's story. The weaving of words by Kavi Samrata Upendra Bhanja and injecting divine feelings is excellent unparallel. God bless Purusottam Sahu his team and the singers! In valmiki Ramayana, Sita Swayabdaea was not held. No other king was present when Rama came there. This is history. But poet has his right of putting his feelings into his poetry.
ଅତି ସୁନ୍ଦର ଓ ଚମତ୍କାର ହୋଇଛି ¡ ବିଶୁଦ୍ଧ ଉଚ୍ଚାରଣ ଯୋଗୁଁ ଶୁଣିବାକୁ ଭଲ ଲାଗୁଛି ! ଚୋଖି ରାଗର ଗାୟନର ଦୁଇଟି ଶୈଳୀର ପ୍ରସିଦ୍ଧି ଅଛି !ଆପଣ ଅନ୍ୟ ଗୋଟିଏ ଶୈଳୀରେ ମଧ୍ୟ ଗାଇଛନ୍ତି ! ତଥାପି ଭଲ ହୋଇଛି ! ବୈଦେହୀଶ ବିଳାସର ଏହା ହେଉଛି ଗୋଟିଏ ପ୍ରସିଦ୍ଧ ଛାନ୍ଦ !ଏଭଳି ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ !
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ମୋ ଉପରେ ବହୁତ କୃପା କରିଛନ୍ତି। କେବେଠୁ ଚାହୁଁଥିଲି ବୈଦେହୀଶ ବିଳାସ ଛାନ୍ଦ ସବୁ ସସ୍ୱର ସମ୍ପୂର୍ଣ୍ଣ ଶୁଣିବାକୁ, କୋଉଠି ମିଳେନି, ସବୁଠି ୫-୧୦ ମିନିଟ ମିଳେ। ଆପଣଙ୍କ ନିକଟରେ ମୁଁ କୃତଜ୍ଞ। ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ 🙏🙏🙏🙏🙏
This is the so favorite song on our oriya Honour s graduation course on 1976. So happy so proud for this B,. Letter chanda
Jay jagarnnath Swami Nayan Pathagami Bhabatume Om shanti shanti shanti
❤ ବଢାଇ ଦେଲେ ପୟର ଭାବଗ୍ରାହୀ ରଘୁବୀର
ପୟରେ ଖ୍ୟାଳିତ କରି ବସନେ ପୋଛି
ବିଜ୍ଞାନୀ କୈବର୍ତ୍ତ ଧୋଇଲା
ବିଶ୍ୱେ ❤ପତିତ ପାବନ ନାମ ରହିଲା।
ସୁନ୍ଦର ତୁମର ନାମ ଦୀନ ଶରଣ ହେ ଜୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟ ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ସ୍ୱାଭିମାନ ମହାପ୍ରଭୁ
ବଜାୟ ରଖନ୍ତୁ ଜୟ ବୈଦେହୀଶ ଜୟ ରାଜାରାମ ଜୟ ସୀତାରାମ ଜୟ ଜଗନ୍ନାଥ
ଅତ୍ୟନ୍ତ ମନମୁଗ୍ଧକର ଅଟେ। ଆପଣ ଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା ପ୍ରଣାମ
ସୁନ୍ଦର୍ ଗାଇଛନ୍ତି ଅପୂର୍ବ ଆନନ୍ଦର ଲହରୀ ପ୍ରବାହିତ ହେଉଛି I am new delhi
Jaya SitaRama Jaya Bhakta Bhagabanara Hrudaya Sparsi Baidesha Bilasa Manamugdhakara Manachua Dhanyabad
ଅତି ଚମତ୍କାର। 👍👍💐🌻✌🌿
Dhanya, dhanya sei Upendra bhanja (Kabi samraat) sata koti pranam . Ae matira garba, gauraba.
ଜୟ ଶ୍ରୀ ରାମ
ବୈଦେହୀଶ ବିଳାସ ନାମ ଶୁଣି ଶୁଣୁ ଲମ୍ମୂଳ ତଙ୍କୁରୀ ଉଠୁଛି।।।।।।ଜୟ ଜଗଦୀଶ ହରେ।
Bahut sundar 👍
ନ ଉକା ନାଇକା🎉ହେଲେ 🎉ବୁଡିବ ଭେଲା🎉chamatkar 🎉
Very nice. 👌👌
Continue CHHANDA and CHAUTISA like this.
Super singer ba ba kiya kantha hey apka kiya mach kardi 🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤
Jai Jagannatha Swami 🙏🏻🌺🌼🌺🙏🏻
🎉❤🎉
ଅତି ସୁନ୍ଦର ଚମତ୍କାର ଉଚ୍ଚାରଣ ସଦାପ୍ରଭୁ ତୁମ୍ଭମାନଙ୍କର ମଗଂଳ କରନ୍ତୁ🙏ମନ ମୁଗ୍ଧ ହେଇ।
ଧନ୍ୟବାଦ ଆଜ୍ଞା 🙏
ଧନ୍ୟ କବି ସମ୍ରାଟ ଉପେନ୍ଦ୍ର ଭ ଞ୍ଜ
Proud of Odisha proud Bharat Greate Job
Jay sanatani ନମସ୍ତେ
ଧନ୍ୟବାଦ
Sriram saranam.
thanku for this chanda
ଚମତ୍କାର,,,
I want to listen indumati by Gangadhar Meher. I like Baideihishabilasa also by UpendraBhanja. Thanks to this channel.
Excellent rendition….Great effort…
Ati sundar 🙏🙏🙏
Ati sundar prayasa khub khusilagila
ଧନ୍ୟବାଦ ଆଜ୍ଞା 🙏 ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆପଣମାନଙ୍କ ଭଲପାଇବା ଏମିତି ରହିଥିଲେ ବାକି ସବୁ ଛାନ୍ଦ ଗୁଡିକୁ ମଧ୍ୟ ଅପଲୋଡ କରିବି
Jay Guru Dev Jay Shree Ram 🌷🌷🌷🌷🌷🙏🏼🙏🏼🙏🏼🙏🏼🙏🏼🙏🏼
Jai ghumusara....jai Odisha.
JaiSriRam
Jai Sita Shree Ram 🙏🙏
Jai Shree Ram 🙏
ସାର୍ ନମସ୍କାର, ବହୁତ ସୁନ୍ଦର ଭାବରେ ପରିବେଷଣ କଲେ, ବହୁତ ଭଲ ଲାଗିଲା, କିନ୍ତୁ ଆପଣ ଗାଇଲେ
ବସାଇ ନଦେବି ପାଦ ନ ଧୋଇ ନାବ,
ସେଇଟା
ବସାଇ ନଦେବି ନାବ ନାଧୋଇ ପାଦ,
ମୋର ଭୁଲ୍ ଥିଲେ କ୍ଷମା କରିବେ
ଉଭୟ ପଦର ଅର୍ଥ ସମାନ।
ବସାଇ ନ ଦେବି "ପାଦ ନ ଧୋଇ" ନାବ
ବସାଇ ନ ଦେବି ନାବ "ନ ଧୋଇ ପାଦ" 🙏
ପାଦ ରେ ଲାଗିଥିବା ବାଲି ରେଣୁ ନୌକା ରେ ପଡ଼ିଲେ କାଳେ ତାର ନୌକା ନାଇକା ହୋଇଯିବ, ସେଥିପାଇଁ ସେ ପ୍ରଭୁ ରାମଚନ୍ଦ୍ର ଙ୍କ ପାଦ ଧୋଇ ନିଜ ଗାମୁଛା ରେ ପୋଛି ନୌକା ରେ ବସାଇଥିଲେ, ତେଣୁ ମୋର କମ୍ ଜ୍ଞାନରେ ଭାବୁଛି ନ ଧୋଇ ପାଦ ଏବଂ ନ ଧୋଇ ନାବ , ଦୁଇଟା ସମାନ ନୁହେଁ, ମୋର ଭୁଲ୍ ଥିଲେ କ୍ଷମା କରିବେ
ବୃତ୍ତିଏ ମୋ ପୋଷେ କୁଟୁମ୍ବ,
ବସାଇ ନ ଦେବି ପାଦ ନ ଧୋଇ ନାବ।
କବି ଏଠାରେ "ବ" ଅକ୍ଷରରେ ଯତିପାତ କରିବା ପାଇଁ "ପାଦ ନ ଧୋଇ" ନାବ ଲେଖିଛନ୍ତି। ନାବ ନ ଧୋଇ ପାଦ ଲେଖିଥିଲେ ଯତିପାତ "ବ" ରେ ନ ହୋଇ "ଦ" ରେ ହୋଇଯିବ। ଏହା ହିଁ ଫରକ। ବାକି ଅର୍ଥ ସମାନ। 🙏
Bountiful song thak you
ବହୁତ୍ ମନମୁଗ୍ଧକର
Astonished
ଜୟ ଶ୍ରୀ ରାମ 🙏 🙏 🙏 🙏 🙏 🙏 🙏
Im very happy to listening this poem of MIL Odia Song Pouranik was my favourite song in BA Degrees course .
Very very heart touching and good luck that Iam hearing this song.🙏🙏🙏🙏
Many many thanks sir.namaskar.
Jay shree Ram.
ଆମ କବି ଆମର ଗୌରବ ଏବଂ ଅଦିତିୟ
ଦୟା କରି ଏ ଫିଲିମ ଓ ସିରିଆଲ ଚିତ୍ର ବ୍ୟବହାର ନ କରି ପାରମ୍ପରିକ ଓଡ଼ିଆ ରାମାୟଣ ପଟ୍ଟଚିତ୍ର ସବୁ ରଖନ୍ତୁ, ବେଶୀ ଉପଯୋଗୀ, ଅନୁକୂଳ ହେବ
ନିଶ୍ଚିତ
Khub sundar mantabya
ଅତିସୁନ୍ଦର ନିଷ୍ପତ୍ତି🙏
Jay shree Ram
Old is gold.
It is Heart Touching one
Jai jagannath 🙏🙏🙏🙏🙏
Very sweet and attractive ..
Dhanya Dhanya Dhanya Dhanya Dhanya
Excellent peom, singing service, thanks
ଜୟ ଜଗନ୍ନାଥ🙏
Nice effort
Jay jagannath
Khub sundar paribesana. Thanks.
ଜୟ ସୀତାରାମ 🙏
Very good
Heartouching....
Nice 🎉
Very beautiful
Good Morning
👌.
Thank You for lyrics in the description and explaining things with subtitles. Also thanks for providing all chhandas. You are doing a great job and keep it up.
🙏
ରବି ତଳେ କବି ପ ନେ ନ ମନେ ମୁ କାହାକୁ, ଯଥାର୍ଥ ଅଟେ
ପାଳା ଗାୟକ ପାଇଁ ଭଲ chhenel
Superb👍
🙏
Good👍
JayaGurukausoka.
Thank you
Heart touching song
Dhanyabad agya....ramayana ku mucical karantu
Very.nice
Ati sundar
Mm
ସମ୍ପୂର୍ଣ୍ଣ ଛାନ୍ଦ ଏବଂ ସମୁର୍ଣ୍ଣ ଅର୍ଥ ସହିତ। ସବଟାଇଟଲ ଅନ କରନ୍ତୁ ସ୍କ୍ରିନ୍ ରେ ସମ୍ପୂର୍ଣ୍ଣ ଅର୍ଥ ଦେଖିବା ପାଇଁ।
Very very sweet
Nice 👍👍👍......
Ati.Sundar.Ati.Sruti.Madur
Dhanya Bad
Nice
thanks
Fantastic
Thanks sir for description
Will add description for all chhandas. Do listen to other chhandas as well and share with others. And don't forget to subscribe 😉
Thanks. Very much sweet singing voice.
ମେମୋରୀକାଡରେ
My
Super
👌
🙏🙏🙏🙏🙏
Satare atma bhara
ଵିଷକଣ୍ଠ ,,,,,,,,ମତରେ ର ଅର୍ଥ ସାର୍ଥକ ବୋଧ ହେଉନି
ମୋ ମତରେ ଏଠାରେ କବି ହୈମଵତୀ ଶବ୍ଦ ପାର୍ବତୀ ଏବଂ ଗଙ୍ଗା ଙ୍କ ଉଦ୍ଧେଶ୍ୟରେ ଏବଂ ବିଷକଣ୍ଠ ଶବ୍ଦ ମହାଦେବ ଏବଂ ହଂସ ମାନଙ୍କ ଉଦ୍ଧେଶ୍ୟରେ ପ୍ରୟୋଗ କରିଛନ୍ତି। ଆପଣଙ୍କ ମତାମତ ଅପେକ୍ଷାରେ 🙏
@@PurusottamSahu
ଵିଷକଣ୍ଠ ତୋଷଦାନୀ ବେନି ମତରେ ର ସମ୍ପୂର୍ଣ୍ଣ ଅର୍ଥ କଥା କହୁଥିଲି
👍🙏🏻🙏🏻🙏🏻
🙏
🙏🙏🙏👍👍
❤
ସ୍ୱର ବଦଳାଇ ଦେଉଛନ୍ତି କାହିଁକି ? ଅବାଗିଆ ଲାଗୁଚି ।ପ୍ରଥମ ଆରମ୍ଭ ସ୍ୱର ଭଲ । ବଦଳାଇବାରୁ ଜମା ଭଲ ଲାଗୁନି । ଆପଣଙ୍କ ଚେଷ୍ଟା କୁ ଧନ୍ୟବଡ ।🙏ବହୁତ କଷ୍ଟ ରହିଛି ଏସବୁ ଗୀତ ବୋଲି ,ଆକୁ ମଞ୍ଚ ଦେବାପାଇଁ ।
ଧନ୍ୟବାଦ ଆପଣଙ୍କୁ ଏହି କମେଣ୍ଟ ପାଇଁ। ରାଗ ଚୋଖି, ଦୁଇଟି ତାଳ ରେ ଏଠି ଗାୟନ କରାଯାଇଛି। ଆପଣମାନଙ୍କ ଭଲପାଇବା ଏମିତି ରହିଥାଉ 🙏