NIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth Music

Поділитися
Вставка
  • Опубліковано 21 вер 2024
  • ଖୁଦୁରୁକୁଣି ଓଷା ମଧ୍ୟ ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଶ୍ରାବଣ ମାସର ସମସ୍ତ ରବିବାର ଦିନ ଏହି ଓଷା କୁଆଁରୀ ଓଡ଼ିଆ ଝିଅ ମାନଙ୍କ ଦ୍ୱାରା ଓଡ଼ିଶାରେ ପାଳନ କରାଯାଇଥାଏ । ଏଥିରେ ଖୁଦୁରୁକୁଣି (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚନା କରାଯାଇଥାଏ ।
    ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
    ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟିଆ ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।
    ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣିଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:
    TO SET THIS SONG AS YOUR CALLER TUNE -
    Airtel Subscribers Dial 5432115810043
    Idea Subscribers Dial 567898426926
    Vodafone Subscribers Dial 5378426926
    BSNL Subscribers sms BT 8426926 To 56700
    YOU CAN ALSO TUNE THIS SONG ON -
    JioSaavn : bit.ly/2HdS6Af
    Album: NIRIMAKHI TAPOI
    Singer: Namita Agrawal
    Video Artist: Namita Agrawal, Nimananda, Monalisa, Soma, Ameli
    Music Director: Subas Dash
    Lyrics: Alekh Biswal
    Producer: Sitaram Agrawal
    Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର UA-cam Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    Watch & Subscribe to our other UA-cam Channels:
    👉 Sidharth Music: / sidharthmusic
    👉 Namita Agrawal : / namitaagrawal
    👉 Sidharth Bhakti : / sidharthbhakti
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    #SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

КОМЕНТАРІ • 3 тис.