Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଜୟ ଜଗନ୍ନାଥ
🌅🌅🙏🙏🙏
Jay Jagannath ❤
ଧାନ ଭିଜିବା ପାଇଁ କେବଳ ଚାଷି ହିଁ ଦାୟୀ.... କାରଣ ଟି, ବହୁତ ଲମ୍ବା ।। ଏଇ କ୍ଷେତ ବାଡି କାମ ବହୁ କଷ୍ଟସାଧ୍ୟ ତେଣୁ ତାହାର ପ୍ରଣାଳୀ ଅନୁସାରେ ଶୁକ୍ରବାର କିମ୍ବା ବୁଧବାର ବାର ଦେଖି ଶୁଭ ଅନୁକୂଳ କରି .. ଖୁଚୁରା ମୁଲିଆ ଲଗାଇ କଟା ଯାଏ।। ପରେ ସେ ନଡ଼ା ହେଉ କିମ୍ବା କଳେଈ ... ପାଖାପାଖି ୮ ରୁ ୧୦ ଦିନ ଖରା ଓ କାକର ଖାଇ ଶୁଖିଲା ହେଲା ଭିତରେ.. ଆପଣ ଧାନ ଗଦା କରିବାପାଇଁ ଖଳା ରୁ ଘାସ ପତ୍ର ସଫା କରି .. ବାଲିଆ ମାଟି ସହିତ ଗୋମଳ ବା ଗୋବର ରେ ଲେଖା ଲିପା କରି ପରିସ୍କାର କରି ବା ପରେ ମହାଲକ୍ଷ୍ମୀ ମା ଙ୍କ ଆବିର୍ଭାବ ହେବ .. କାରଣ ମାର୍ଗଶିର ଶେଷ ଓ ପୌଷମାସ ପ୍ରାରମ୍ଭରେ....ଧାନ କେବଳ କାଟି , ଖଳା ରେ ଆଣି ଏକାଠି ଗଦା ହିଁ କରିବା ପ୍ରକ୍ରିୟା ସମାପନ ହୁଏ । ପରେ ପରେ ସେମିତି ୧ ରୁ ୨ ମାସ ଧାନ ଗଦା ରେ ରହିଲେ ପାଚିଲା ଧାନ ଆହୁରି ଖଡ଼ ଭଳି ହୋଈ ଗମି ଥାଏ .... ପରେ ଧାନ ମଳି ବା ପ୍ରକ୍ରିୟା ଗାଈ , ବଳଦ ଓ ମଈସି , ପଣ୍ଡା ମାନଙ୍କ ଦ୍ବାରା ମଳା ମନ୍ଥା କରି ସେଥିରୁ ପାଳନ କୁଟା କୁ ଅଲଗା କରି ଚୁନା ବା ଗୁଣ୍ଡ ଧାନ କୁ ଏକାଠି ଗଦା କରି କରାହୁଏ ... ଜାହାଜକୁ ଆମେ ଧାନ ପତୁଲି କହିଥାଉ (ଅ ଉଡା) ଧାନ ରୁ ପଟୁ କୁ ଉଡ଼ାଇ ବା ପରେ ଯୋଉ ଧାନ ଗଦା ହୁଏ ସେହି ପତୁଲି କୁ ରାସି କୁହାଯାଏ , ଓ ନଡ଼ା ବାଡିଆ କାମ ର ପ୍ରକ୍ରିୟା.. ବି ଆରମ୍ଭ ହୁଏ ।। ସବୁ କାମ ପ୍ରଣାଳୀ ଅନୁସାରେ ଓ ଭୂମି ର ଆକଳନ ଅନୁସାରେ ୧ରୁ ୪ ଏକର ଜମିଦାର ଙ୍କୁ ୧୦ରୁ ୧୫ ଦିନ ଓ ତତୁର୍ଧ୍ଧ ଚାଷୀ ଅର୍ଥାତ୍ ୫ ରୁ ୧୫ ଏକର ଜମିଦାର ଙ୍କୁ ୪୫ ରୁ ୬୦ ଦିନ ଲାଗିବ।। ପରେ ପରେ ଉକ୍ତ ଧାନ ରାସି କୁ ବୁଧବାର ରାତିର ଦ୍ବିତୀୟ ପ୍ରହର ଅର୍ଥାତ୍ ସମୟ ରାତି ଘ. ୮ ରୁ ୧୦ ଣ୍ଟା ଭିତରେ ମା ମହାଲକ୍ଷ୍ମୀ ଙ୍କୁ ଆରାଧନା କରି ଧାନ ରାସି କୁ ମଣ୍ଡା ଓ କ୍ଷୀରୀ ଓ ପୁଳି ସହିତ ରାଶି ଲଡୁ ଆଦି ବ୍ୟଞ୍ଜନ ପୁଜାର୍ଚନା କରି .... ତା ପରେ ଦିନ ଅର୍ଥାତ୍ ଗୁରୁ ବାର ଦିନ ଧାନ କୁ ଘର କୁ ଆଣି ଅତି ସୁରକ୍ଷିତ ସ୍ଥାନ.. ଧାନ କନ୍ଦି , ପୁଡୁକ , ମାଟି ଖୋଳି ଖଣି ପ୍ରସ୍ତୁତ କରି ସେହି ଭିତରେ ରଖି ବା ... ଏମିତି ବିଭିନ୍ନ ଉପାୟରେ ବର୍ଷକର ଖାଦ୍ୟ ଶସ୍ୟ କୂ ଚାଷୀ ଗଚ୍ଛିତ ରଖିପାରେ।। ଏହାକୁ ଲକ୍ଷ୍ମୀ ଙ୍କ ଆବାହନ ଓ ଲକ୍ଷ୍ମୀବନ୍ତ ଚାଷୀ ବୋଲି କୁହାଯାଇଛି।। ଆଉ ବର୍ତ୍ତମାନ........ ଅଳସୁଆ ଚାଷୀ କୁ ... ମୁର୍ଖ😢 ସରକାର ରାସନ୍ ଲାଳସା ଦେଖାଇ ଆହୁରି କୋଢିଆ କରି ଦେଲା ... ଆଉ ବିଭିନ୍ନ ବାହାର ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାମାନେ ଆସି ଏଠୁ ଯନ୍ତ୍ରଣା ଉପଶମ କରିବା ବଦଳରେ ଧର୍ମ ପେଟ ରେ ଲାତ ମାରି .. ଚାଲିଗଲେ ।। ଆଜି ସେହି ଯନ୍ତ୍ରାଂଶ .. ଧାନ ବେଙ୍ଗଳା ର ଜାଗା ନେଲା .. ଗୋରୁ ଗାଈ ଙ୍କ ଦାନା ଅର୍ଥାତ୍ ପାଳ କୁଟା କୁ ଗଦା କରି ସୁରକ୍ଷିତ ରଖିବା ବଦଳରେ .... ସେହି କ୍ଷେତ ରେ ହିଁ ପଡ଼ି ପଡ଼ି ସେଶରେ ତାକୁ ଜାଳି ପୋଡ଼ି ଭସ୍ମ କରିଦିଆଯାଉଛି । ଚାଷୀ ଖଳା ଲିପା ପୋଛା ଭୟ ରେ ଓସାରିଆ ପିଚୁ ର ରାଜରାସ୍ତାରେ ଧାନ ଅମଳ କରିବା ସିଖିଗଲେଣି ।। ଏଣୁ ଏଣିକି ଏଣିକି ଏମିତି ପରିସ୍ଥିତି ହବ । ହାଡି ନେଲା ପଇସା .. ଢୋଲ ଖାଉଛି ମାଡ଼ ।। ଅର୍ଥାତ୍ .. ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାମାନେ ଲାଭବାନ ।। ଯନ୍ତ୍ରାଂଶ ର ବଶ ହୋଇ ମନୁଷ୍ୟ ଚାଷୀ ନିଜ ଗୃହପାଳିତ ପଶୁ ଏବଂ ବିଭିନ୍ନ କାଠ ଜାତିୟ ଉପକରଣ ଲଙ୍ଗଳ , ମୋହି , ଜୁଆଳି ଏମିତି କେତେ କ'ଣ ସବୁ ଉପକରଣ ର ଧ୍ବଂସ ହୋଇଛି ।। କ୍ଷେତ ରେ ଖତ (ଜୈବିକ) ଜାଗା ଟି ରାସାୟନିକ ସାର ନେଇଛି ।। ଭୂମି ଆଜି ଦୁର୍ବଳ ।। ଆଉ ଏକ ସବୁ ଛାଡି ...ଯଦି ଚାଷୀ ପୂର୍ବ ଭଳି ଚାଷ ଗୋରୁ ଓ ପଣ୍ଡା ଦ୍ବାରା , ମୁଲିଆ ଲଗାଇ କଟା, ରୁଆ , ସାର ଛାଡି ଜୈବିକ ଖତ ବ୍ୟବହାର ଏବଂ ଖାଦ୍ୟ ଶସ୍ୟ ସହିତ ଗୃହପାଳିତ ଜୀବମାନଙ୍କ ଖାଦ୍ୟ ଗଚ୍ଛିତ।। ସବୁ ପରେ ଶ୍ରୀ କ୍ଷେତ୍ରପାଳ ଓ ମାଁ ମହାଲକ୍ଷ୍ମୀ ଙ୍କୁ ଗୁରୁତ୍ବ ।।। ୟା ବ୍ୟତିତ ଚାଷୀ କୁ ନିସ୍ତାର ନାହିଁ ଏହି ତ୍ରିଭୂବନେ ।।
Jay sri ram
🙏 Jay Jagannath 🙏