Geetagyan Prashnottaree, Part - 6/ କୃଷ୍ଣକଥା ପ୍ରଶ୍ନୋତ୍ତରୀ, ଭାଗ - ୬

Поділитися
Вставка
  • Опубліковано 18 січ 2025
  • ଶ୍ରୀମଦ୍ ଭଗବଦ୍ ଗୀତା ଏକ ସାର୍ବଭୌମ, ସାର୍ବଲୌକିକ,ସର୍ବକାଳିନ ଏବଂ ଚିରନ୍ତନ ଧର୍ମ ଗ୍ରନ୍ଥ ଅଟେ । ହଜାର ହଜାର ବର୍ଷ ଧରି ଏହା ଭାରତବାସୀ ତଥା ବିଶ୍ଵବାସୀ ଲୋକଙ୍କର ଜୀବନ ସଂଗ୍ରାମରେ ପ୍ରେରଣା ଯୋଗାଉଅଛି । ଆଜି ବି ମାନବ ଜୀବନରେ ଗୀତାର ଉପାଦେୟତା ରହିଅଛି । ଏହି ଦୃଷ୍ଟିକୋଣରୁ ସାରା ବିଶ୍ୱରେ ଗୀତାର ବ୍ୟାପକ ପ୍ରଚାର ହେଉଅଛି । ତଥାପି, ଗୀତା ଏପର୍ଯ୍ୟନ୍ତ ପ୍ରତ୍ୟେକ ଘରେ କିମ୍ବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ନାହିଁ ।
    ଶିକ୍ଷକ, ଛାତ୍ର, ଅଭିଭାବକ ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ ଗୀତା ବିଷୟରେ ସାଧାରଣ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ଏହି 'ଗୀତା ପ୍ରଶ୍ନୋତ୍ତରୀ' ଅଧ୍ୟାୟଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ପ୍ରଶ୍ନୋତ୍ତରୀ ମାଧ୍ୟମରେ ଦର୍ଶକମାନଙ୍କୁ ଗୀତାର ପ୍ରାଥମିକ ପରିଚୟ ଦିଆଯିବା ସହ ଗୀତା ଅଧ୍ୟୟନ ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
    ପ୍ରଶ୍ନ ଏବଂ ଉତ୍ତର ହେଉଛି ଜ୍ଞାନ ବିତରଣର ଏକ ଉତ୍କୃଷ୍ଟ ପଦ୍ଧତି । ଆଜିକାଲି କୁଇଜ୍ ପ୍ରୋଗ୍ରାମଗୁଡିକ ବହୁତ ଆକର୍ଷଣୀୟ ହେଉଛି । ଗୀତା ଉପରେ ପ୍ରଶ୍ନମଞ୍ଚ ଏବଂ ଗୀତା-ଜ୍ଞାନ ପରୀକ୍ଷା ଆୟୋଜନ କରି ଗୀତା ପ୍ରଚାରରେ ଆମେ ଏକ ବଡ଼ ଅବଦାନ ଦେଇପାରିବା ।
    ଗୀତା ପ୍ରଚାର ପ୍ରସାର ତଥା ଗୀତା ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ଦୃଷ୍ଟିରୁ ଏହି ପ୍ରଶ୍ନୋତ୍ତରୀ ନିଶ୍ଚିତ ଭାବରେ ଉପଯୋଗୀ ହେବ ବୋଲି ଆମର ଆଶା ଆଉ ବିଶ୍ବାସ । ପ୍ରଭୁ ବେଦବ୍ୟାସ କହିଛନ୍ତି 'ଗୀତା ସୁଗିତା କର୍ତ୍ତବ୍ୟl', । ଗୀତା ରୂପୀ ଅମୃତ ପାନ କରି ଜୀବନକୁ କୃତାର୍ଥ କରିବାକୁ ମୋର ବିନମ୍ର ଅନୁରୋଧ ।

КОМЕНТАРІ •