𝐏𝐞𝐝𝐚 𝐆𝐮𝐝𝐮𝐦 Odia ( 360° VR video. Use VR set for better resolution & immersive experience)

Поділитися
Вставка
  • Опубліковано 14 січ 2025
  • ପେଦା ଗୁଡୁମ #PedaGudum #KoyaTribe #TraditionalGovernance #TribalLeadership #CulturalHeritage #KoyaCulture
    ଅନୁସୂଚିତ ଜନଜାତିର ନାମ: କୋୟା
    କୋୟା ଦକ୍ଷିଣ ଓଡ଼ିଶାର ଅନ୍ୟତମ ବଡ ଆଦିବାସୀ ସମୂହ ଯେଉଁମାନେ ନିଜର ପାରମ୍ପରିକ ପର୍ବ, ସାଂସ୍କୃତିକ ଐକ୍ୟ ତଥା ଗୋଷ୍ଠୀଗତ ନିଷ୍ପତ୍ତି ବ୍ୟବସ୍ଥା ପାଇଁ ପ୍ରସିଦ୍ଧ। ମାଲକାନଗିରିରେ ବସବାସ କରୁଥିବା କୋୟାମାନେ ମାଡକାମୀ, ପଡ଼ିଆମୀ ଆଦି ସମ୍ପ୍ରଦାୟର ହୋଇଥାନ୍ତି।
    ପେଦା ଗୁଡୁମ ହେଉଛି ମାଲକାନଗିରିର କୋୟା ଆଦିବାସୀମାନଙ୍କର ଏକ ଆନୁଷ୍ଠାନିକ ବୈଠକ ବ୍ୟବସ୍ଥା ଯାହା ଅନେକ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ବାଟ ଫିଟାଇ ଥାଏ। ଏହି ବୈଠକରେ ଗାଁ ର ଆବାଳବୃଦ୍ଧବନିତା ଯୋଗ ଦେଇଥାନ୍ତି ଏବଂ ଏଥିରେ ଯୋଗ ଦେବାକୁ ଗ୍ରାମବାସୀମାନଙ୍କୁ ଗୋଟିଏ ଦିନ ଆଗରୁ ସୂଚନା ଦିଆଯାଇଥାଏ।
    ଏହି ପେଦା ଗୁଡୁମ ନାମକ ବ୍ୟବସ୍ଥା ଟି ପେଦା ବା ଗୋଷ୍ଠୀର ମୁଖ୍ୟ ଲୋକଙ୍କ ଦ୍ବାରା ପରିଚାଳିତ ହୁଏ। ପେଦାଙ୍କୁ ଗୋଷ୍ଠୀର ଲୋକମାନେ ଅନେକ ସମ୍ମାନ ଦିଅନ୍ତି। ଏହି ବ୍ୟବସ୍ଥା ଅନେକ ସାମାଜିକ ଏବଂ ପ୍ରଶାସନିକ ସମସ୍ୟାର ସମାଧାନ କରିଥାଏ। ଏହା ପାରମ୍ପରିକ ନୀତି ନିୟମ ଆଦିର ପାଳନ ସୁନିଶ୍ଚିତ କରିବାସହ ଗୋଷ୍ଠୀ ମଧ୍ୟରେ ଥିବା ବିବାଦର ସମାଧାନ କରି ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିଥାଏ।

КОМЕНТАРІ •