ଚାଲ ବୁଲି ଯିବା ତପୋବନ । KAPILASH TAPOBANA । THE PLACE OF MEDITATION ।

Поділитися
Вставка
  • Опубліковано 19 вер 2024
  • #Tapobana #Kapilash #seven7
    ମହିମା ଧର୍ମର ପ୍ରତିଷ୍ଠାତା ଗୁରୁ ମହିମା ଅଲେଖ ଏହି ସ୍ଥାନରେ ଦୀର୍ଘ ୨୪ ବର୍ଷ ତପସ୍ୟା କରିଥିଲେ ।
    କଳନିନଦିନୀ ଝରଣା କୂଳରେ ଏକ ବିସ୍ତାର ପଥର ଉପରେ ସେ ଘୋର ୨୪ ବର୍ଷ କାଳ ତପସ୍ୟା କରିଥିଲେ, ଏବଂ ସେ ଯେଉଁ ପଥର ଉପରେ ତପସ୍ୟା କରିଥିଲେ ତାର ନାମ ହେଉଛି
    ଯରିବଟ ପଥର ।
    ମହିମା ସ୍ଵାମୀ ୧୮୩୮ ରୁ ୧୮୬୨ ପର୍ଯ୍ୟନ୍ତ ତପସ୍ୟା କରିଥିଲେ ।
    ସେ ଧ୍ୟାନ କରିବା ସମୟରେ ଏକ ସପ୍ତଫେଣି ସାପ ତାଙ୍କ ମସ୍ତକ ଉପରେ ଢାଙ୍କି ହୋଇଥିବାର ଜଣେ ପାଖ ଶବର ପଲ୍ଲୀ ର ଲୋକ ଦେଖିଥିଲେ, ଏଵଂ ସେ କାଳବିଳମ୍ବ ନକରି ମହିମା ସ୍ଵାମୀ ଙ୍କ ଠାରୁ ଶିସତ୍ଵ ଗ୍ରହଣ କରିଥିଲେ,
    ଏବଂ ୧୨ ବର୍ଷ ଧରି ଧୁନି ପାଇଁ କାଷ୍ଠ ଓ ଫଳ ମୂଳ ଯୋଗାଇ ଆସିଥିଲେ, ଏହା ଶୁଣି ଢେଙ୍କାନାଳ ରାଜା ଭାଗିରଥି ମହେନ୍ଦ୍ର ସିଂ ବାହାଦୁର ୧୨ ବର୍ଷ ପାଇଁ ପ୍ରତାହ୍ୟ ଗୋ ଦୁଗ୍ଧ ର ବ୍ୟବସ୍ଥା ମଧ୍ୟ କରିଥିଲେ,
    ଏହି ପାବନ ତପୋବନ ରେ ମହିମା ସ୍ଵାମୀଙ୍କ ପ୍ରିୟ ଶିଷ୍ୟ ଗୋବିନ୍ଦ ଚନ୍ଦ୍ରଙ୍କ ସହିତ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ରେ ଭେଟ ହୋଇ ଥିଲା ।
    ଏହାପରେ ମହିମା ସ୍ଵାମୀ, ଅଲେଖ ଧର୍ମ ର ପ୍ରଚାର ପ୍ରସାର ପାଇଁ ପୂର ପଲ୍ଲୀ କୁ ଗମନ କରିଥିଲେ ।

КОМЕНТАРІ • 31