କହ ହନୁ ମୋର...

Поділитися
Вставка
  • Опубліковано 11 вер 2024
  • ବିଚିତ୍ର ରାମାୟଣ । ବିଶି ରାମାୟଣ l ବିଶ୍ଵନାଥ ଖୁଣ୍ଟିଆ | ନବମ ଛାନ୍ଦ | ରାଗ-ଅହାରୀ-ଅଦ୍ୟମାଗୁଶୀର ବାଣୀ
    ===========================================
    କ‌ହ ହ‌ନୂ ମୋର କାନ୍ତର କୁଶଳ ଲକ୍ଷ୍ମଣର ସର୍ବ କୁଶଳ ।
    ମରକତ ହେମ ବେନି କଳେବର ହୋଇ ନାହାନ୍ତି ନା ଦୁର୍ବଳ ।
    ହ‌ନୂ ହେ, ବେନି ଭାଇଙ୍କର କୁଶଳ ।
    କୁଶଳ କରି ଲକ୍ଷ୍ମଣ ସେବା କରି'ଥାନ୍ତିଟିକି ପାଦ କମଳ ।
    ମୋର ବିଚ୍ଛେଦ ହୋଇଲା ଦିନୁ ତନୁ ଦୁର୍ବଳ ହୋଇଥିବ ପରା ।
    ଅଧୈଯ୍ୟ ହୋଇଲେ ଲକ୍ଷ୍ମଣ ତାହାଙ୍କୁ କରାଉଥାନ୍ତିଟିକି ଧୀରା ।
    ହ‌ନୂ ହେ, ମୋତେ ଏ‌ଥୁଁ ନିଶ୍ଚେଁ ନେବେ କି ।
    ବାନରବଳ ଘେନି ସିନ୍ଧୁ ପାରି କି ହୋଇ ଏଥକୁ ଆସିବେ କି ।
    ବୋଲଇ ଯେ ହ‌ନୂ କନ୍ଧରେ ବସାଇଁ ଶ୍ରୀରାମ ପାଶେ ଘେନିଯିବି
    ସ୍ୱଇଚ୍ଛାରେ ମୁହିଁ କେମନ୍ତ ପ୍ରକାରେ ପୁରୁଷ ଅଙ୍ଗକୁ ଛୁଇଁବି ।
    ହ‌ନୂ ହେ, ଚୋରାଇ ରାବଣ ଆଣିଲା ।
    ତୁମ୍ଭେ ଚୋରାଇ ଘେନିଗଲେ ପ୍ରଭୁଙ୍କ ଯଶ ଆଉ କାହିଁ ରହିଲା ।
    ବିଶ୍ରବାନନ୍ଦନ ଆସିଣ ଏଠାକୁ କଣ୍ଟ ଯେ ବେନିମାସ କଲା ।
    ବେନିମାସେ ମୋତେ ରାମ ଲକ୍ଷ୍ମଣ ଦେଖାଇବୁ ବୋଲି ବୋଇଲା ।
    ହ‌ନୂ ହେ, ଏକମାସ ଥିବ ପ୍ରାଣ ହେ ।
    ପ୍ରାଣ ଥାଉଁ ଥାଉଁ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ରକରି ତୁମ୍ଭେ ଆଣ ହେ ।
    କିପାଁ ହ‌ନୂ ମୋରପାଇଁ ରାମ ଦେଲେ କଉପଲ୍ଲବରୁ ମୁଦ୍ରିକା ।
    ଶୂନ୍ୟ ଯେ ଦିଶୁଥିବ ମୋ ପ୍ରଭୁଙ୍କର କରକମଳ ଅନାମିକା ।
    ହ‌ନୂ ହେ, ଏ ମୁଦ୍ରିକା ନୋହେ ଅନ୍ତର ।
    ପ୍ରଭୁଙ୍କ କରେ ଥାଇଣ ମୋର ତନୁ ଭ୍ରମୁ ଯେ ଥାଇ ନିରନ୍ତର ।
    ମୁଦ୍ରିକା ମସ୍ତକେ ଲଗାଇ ଆପଣା-ପଣ‌ନ୍ତରେ ବାନ୍ଧି ରଖିଲେ ।
    ମସ୍ତକୁଁ ମଣି ବାହାର କରି ପୁଣି ହ‌ନୂ କରରେ ସମର୍ପିଲେ ।
    ହ‌ନୂ ହେ, ମୋଠାରେ କରୁଣା କରିବେ ।
    ଦୀନ‌ଜନଠାରେ କରୁଣା କଲେଟି କରୁଣାସିନ୍ଧୁ ବୋଲାଇବେ ।
    କ‌ହିବ ହ୍ନୁ ହେ ଏତେକ ମାତ୍ରକ ମୋହର ବିନୟ ଉଦନ୍ତ ।
    କେବଳ ମୋହର କଲା ଅପରାଧ କ୍ଷମା କରିବେ ମୋର କାନ୍ତ ।
    ହ‌ନୂ ଯେ, ପ୍ରବୋଧ କରିଣ କ‌ହଇ ।
    ବୋଲେ ବିଶି ରାମ ଛାମୁରେ ଜଣାଇ ନିକଟେ ଆଣିବି ବୋଲଇ ।
    କଳାକାର / ଗାୟିକା: ମିନତି ମଳିକ
    ଶ୍ରୀ ଶ୍ରୀ ସ୍ଵପ୍ନେଶ୍ୱର ନାଟ୍ୟସଂଘ
    ଗୋଲାପଡ଼ା, ଗଞ୍ଜାମ, ଓଡ଼ିଶା
    Manager: 94393 24261
    ==============
    ଓଡ଼ିଶାର ଲୋକନାଟ୍ୟ :-
    ସୁଭଦ୍ରା ପରିଣୟ/ଭାରତ ଲୀଳା/ ଦୁଆରୀ ନାଟ
    ପରିବେଷଣ ସ୍ଥାନ:
    ମା ' ଉଗ୍ରତାରା ଙ୍କ ଯାତ୍ରା - ଗୁଡିପଲ୍ଲି,
    ବିଜୟ ଧନୁର୍ଜୟ ପୂର୍ (ଶାସନ)
    (BD PUR SASAN) 761120

КОМЕНТАРІ • 11

  • @sarojpradhan2125
    @sarojpradhan2125 9 місяців тому +1

    Jay sanatani

  • @RajendraPrasadSrivastava-vg1xj
    @RajendraPrasadSrivastava-vg1xj 10 місяців тому

    Excellent.My favourite poem in my school days(1959-1964) Biswambhar Bidyapith,Puri.I am highly impressed by the voice & acting of the artist .May God bless Minati and director and organisers.

    • @kctripathy
      @kctripathy  10 місяців тому

      Thank you so much for your inspiration and inclination towards this kind of music 🎶
      May God bless you too

  • @golapadabharatalila8440
    @golapadabharatalila8440 2 роки тому +2

    Very nice

    • @kctripathy
      @kctripathy  Рік тому +1

      Thanks

    • @kctripathy
      @kctripathy  Рік тому +1

      ua-cam.com/channels/ZjAyN8Tm485QFaQHtpsplg.htmlvideos

  • @Prem-melody
    @Prem-melody Рік тому +1

    V nc

  • @sudamcharanrout4332
    @sudamcharanrout4332 2 роки тому +1

    Very nice singing

    • @kctripathy
      @kctripathy  Рік тому

      Thanks, she sings while dancing