kisan folk dance \\ St. Mary's Girls School \\ Rajgangpur \\ Odisha \\kala utsav 2021
Вставка
- Опубліковано 15 лис 2024
- କିଶାନ ଲୋକ ନୃତ୍ୟ
ସୁନ୍ଦରଗଡ଼ ଜିଲ୍ଲା ଓଡିଶା ରାଜ୍ୟର ଏକ ଅଦିବାସୀ ଅଧ୍ୟୁଶିତ ଜିଲ୍ଲା | ଏହାର ସୁଶୋଭିତ ଶସ୍ୟ କ୍ଷେତ୍ର, ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ଅଦିବାସୀମାନେ ତାଙ୍କର କର୍ମମୟ ଜୀବନ ଓ ସଂସ୍କୃତି ସହିତ ସର୍ବଦା ଓତଃପ୍ରୋତ ଭାବେ ଯୋଡିତ |
ମନୁଷ୍ୟ ଏକ ସାମାଜିକ ପ୍ରାଣୀ | ଅଦିବାସୀ ସମାଜରେ କିଶାନ ଜାତି ଅନ୍ୟତମ | ଏମାନଙ୍କର ଭାଷା କୁଢୁଖ୍ (କିଶାନ) | ପୂର୍ବ ପୁରୁଷଙ୍କ କହିବା ଅନୁସାରେ କିଶାନ ଜାତି ଦୁଇ ଭାଗରେ ବିଭକ୍ତ | ପ୍ରଥମ ବଡ଼ କିଶାନ କୁଢୁଖ୍ ଅର୍ଥାତ୍ କିଶାନ , ଦ୍ୱିତୀୟ ଟି ହେଲା ଛୋଟ କିଶାନ ଅର୍ଥାତ୍ ଓରାଁଓ ଜାତି |
କିଶାନ ଜାତିଙ୍କର ରୀତିନୀତି ଏବଂ ସଂସ୍କୃତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ୭ (ସାତ) ଭାଗରେ ବିଭକ୍ତ କରାଯାଇଛି ୧-ଛଠି, ୨-କର୍ଣ୍ଣବେଧା, ୩-ବିବାହ, ୪-ସମର୍ପଣ, ୫-ଜାତି ହେବା, ୬-ମରଣ ହେଜନ, ୭- ଶୁଦ୍ଧି କରଣ |
କିଶାନ ଜାତି ସମାଜର ମୁଖ୍ୟ ଜିବୀକା ହେଲା ଚାଷ | ଏମାନେ ବହୁତ ପରିଶ୍ରମୀ ଥିବାରୁ ନାଗପୁର ରାଜାଙ୍କୁ ପ୍ରଚୁର ଧାନ ଉପାର୍ଜନ କରି ଦେଉଥିଲେ ଏଣୁ ରାଜା ଏମାଙ୍କୁ ସ୍ୱର୍ଣ୍ଣାମୁଖୀ କଲେ ଓ ପିଠିଆ ପରଜା ନାମ ରେ ନାମିତ କଲେ |
ଏମାନେ ଦିନରେ ଜମି ଚାଷ କାରୁଥିଲେ ଓ ରାତ୍ରୀ କାଳରେ ଦିନ, ଋତୁ ଓ ପର୍ବ ପର୍ବାଣି ରେ ବିଭିନ୍ନ ପ୍ରକାର ବାଜା, ଗୀତ, ନାଚ କରି ଅତି ପ୍ରେମ ପୂର୍ବକ ଜୀବନ ଯାପନ କରି ଆସୁଛନ୍ତି | - Розваги
jai kisan jai aadivasi...bonee lagiyaa
Ek numbor atli
Banihyan laggyad...
Bone lagya ....
😃😃😃😁😁😁👌👌👌👌
Edhghi audio atli ka ....?
Song vejo yr
Filter song