ପ୍ରତିଭା ପ୍ରିୟଦର୍ଶିନୀଙ୍କ କ୍ଷୁଦ୍ର କବିତା "ଜହ୍ମ"

Поділитися
Вставка
  • Опубліковано 7 вер 2024
  • ପ୍ରତିଭା ପ୍ରିୟଦର୍ଶିନୀଙ୍କ ମନଛୁଆଁ କବିତା ଏବଂ ଗଳ୍ପ ଶୁଣିବା ପାଇଁ #like କରିବାକୁ ଭୁଲିବେନି । #subscribe ନିଶ୍ଚିତ ରୂପେ କରିବେ; #share କବିବେ ଯଦି ଭଲ ଲାଗେ ।
    ଜହ୍ନ
    ****
    ତୁମେ ପଠାଉଥିବା ପ୍ରୀତି ସନ୍ଦେଶ
    ବାଟରେ ବୋଧେ ପଢି ନେଉଛି ଜହ୍ନ,
    ସେଇଥିପାଇଁ ଆଜିକାଲି ଦିଶୁଛି ସେ
    ଟିକେ ବେଶୀ ବେଶୀ ତୋଫା,
    ମୋ ସଙ୍ଗେ ଗପିବାକୁ ବି
    ସେ ଏବେ କମ୍ କମ୍ ଆସେ।
    ତୁମେ କାହିଁକି ଅସୁନ ଯେ ନିଜେ !!!
    କରିବାକୁ ଅଛି ମୋର
    କେତେ ଅଭିଯୋଗ, ମାନ ଅଭିମାନ...
    ସେଇ ଜହ୍ନ ଆଗରେ
    ତୁମ ସାଙ୍ଗେ ଅନେକ ଗପିବି,
    ଜଳିଯିବ ଈର୍ଷାରେ ସେ....
    ଲୁଚିବ ଯାଇ କେଉଁ ଅନ୍ଧାର ଭିତରେ,
    ଦୁନିଆ ଭାବିବ ଅମାବାସ୍ୟା ବୋଲ।
    ସେଇ ମିଳନ ନିଶିରେ,
    ତୁମେ ହୋଇଯିବ ଜହ୍ନ,
    ଜ୍ୟୋତ୍ସ୍ନା ହୋଇ ବିଚ୍ଛୁରି ଯିବି ମୁଁ,
    ଆମ ପ୍ରେମର ଗୋଲାପି ରଙ୍ଗରେ
    ରଙ୍ଗୀନ ହେବ ସେଇ ରାତି...
    ପ୍ରେମ ଯେବେ ପ୍ରାପ୍ତହେବ ପରାକାଷ୍ଠା,
    ଜହ୍ନ ହୋଇ ଝଲସିବ
    ଚିରନ୍ତନ ଏଇ ଆକାଶ ଛାତିରେ
    #pratibhapriyadarsini #odiapoem

КОМЕНТАРІ • 10

  • @bhawanisankarchakra7253
    @bhawanisankarchakra7253 4 роки тому +1

    👌👌👌👌👌👌

  • @bansidharmedia5150
    @bansidharmedia5150 5 років тому +1

    Sundar

  • @rajeebindian5460
    @rajeebindian5460 5 років тому +1

    😊

  • @abinashdas6180
    @abinashdas6180 3 роки тому +1

    ଏକାନ୍ତରେ ଶୁଣିଲେ ବହୁତ ଭଲ ଲାଗେ । ଅନେକ ଥର ଶୁଣିଲିଣି । ମ୍ୟାମ୍ ... ଆପଣଙ୍କ କବିତା ଓ ସ୍ୱର ଖୁବ୍ ହୃଦୟସ୍ପର୍ଶୀ...

  • @SriAbinashDas
    @SriAbinashDas 5 років тому +1

    ଭଲ ଲାଗିଲା ଅପା 😁

    • @AuthorPratibha
      @AuthorPratibha  5 років тому

      ସତରେ...!!! ବହୁତ ଧନ୍ୟବାଦ ତୁମକୁ