ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ଉଦ୍ୟମରେ ଭାରତ ବନ୍ଦରେ ବୋଡ଼େନ ବ୍ଳକ ସମର୍ଥନ Boden News

Поділитися
Вставка
  • Опубліковано 18 вер 2024
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ଉଦ୍ୟମରେ ଭାରତ ବନ୍ଦରେ ବୋଡ଼େନ ବ୍ଳକ ସମର୍ଥନ
    ବୋଡ଼େନ ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ମହାପ୍ରଭାବ ଦେଖିବାକୁ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତିକୁ ବିରୋଧ କରି ସଂରକ୍ଷଣ ବଞ୍ଚାଅ କମିଟି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଏହାକୁ ନୂଆପଡା ଜିଲ୍ଲାରେ ମଧ୍ୟ ସମର୍ଥନ ମିଳିଛି। ନୂଆପଡା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମହାସଂଘ ତରଫରୁ ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଯଥା ନୂଆପଡ଼ାକୋମନା,ଖରିଆର,ସିନାପାଲି, ବୋଡ଼େନ ଏବଂ ଗାଁ ଗଣ୍ଡାରେ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ଏଣୁ ଦୋକାନ ବଜାର,ସରକାରୀ,ବେସରକାରୀ କାର୍ଯ୍ୟାନୁଷ୍ଠାନ ସହ ଚାରିଚକିଆ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। ଜରୁରୀ କାଳୀନ କିଛି ଦୋକାନ ଖୋଲା ରହିଥିଲା। ସ୍ଵତନ୍ତ୍ର ବୋଡ଼େନ ବ୍ଲକର ସମସ୍ତ ସ୍ଥାନରେ ଆଜି ସକାଳ ୬ ଟା ରୁ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସମସ୍ତେ ରାଲି ବାହାରି ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ସରକାରୀ ବେ ସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି। ବୋଡ଼େନକୁ ସଂଯୋଗ କରୁଥିବା ବିଜୁ ଏସ୍କପ୍ରେସ ରାସ୍ତା ସହ ସମସ୍ତ ରାସ୍ତାକୁ ଅବରୋଧ କରିଛନ୍ତି। ସମ୍ବିଧାନରେ ଏସସି,ଏସଟି ମାନଙ୍କ ପାଇଁ ଥିବା ଅଧିକାର ଧାରା ୩୪୧ ଓ‌ ୩୪୨ ବିରୁଦ୍ଧରେ ସୁପ୍ରିମ କୋର୍ଟର ସାତଜଣିଆ ଖଣ୍ଡପୀଠ ଦେଇଥିବା ରାୟ ଏକ ନିନ୍ଦନିୟ,ଏହି ରାୟ ଦେବାର ତାଙ୍କର କୌଣସି ଅଧିକାର ନାହିଁ ଏହାକୁ ଆମେ ସମ୍ପୂର୍ଣ ଭାବରେ ବିରୋଧ କରୁଛୁ ଏହି ରାୟ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାଭୟ ହେବ ବୋଲି ଆନ୍ଦୋଳନ କାରୀମାନେ ଚେତାବନୀ ଦେଇଛନ୍ତି। ଉକ୍ତ ବିରୋଧରେ ଗଣ୍ଡସମାଜ ସଭାପତି ମଝିଆ ମାଝୀ,ରାଜକୁମାର ନାଗ,ନୃପ ରାଜ ତାଣ୍ଡି, ଯୋଗେନ୍ଦ୍ର ନାଥ ମାଝୀ,ରାଜୁ ସିଂ ମାଝୀ,ଶ୍ରୀକାନ୍ତ ସିଂ ମାଝୀ,ପୂର୍ଣ୍ଣ ଚନ୍ଦ୍ର ମାଝୀ,ହରି ମାଝୀ,ଉଦେଚନ ନାଗ,ଦୁଃଖୀ ଶ୍ୟାମ ମାଝୀ,କାହ୍ନୁ ଚରଣ ସୁନାନି ଆଦିତ୍ୟ ମହାନନ୍ଦ,ତପେଶ୍ୱର ଜଗତ,ଜୟପାଲ ବାଗ,ଲିଙ୍ଗରାଜ ଜାଲ,ଚନ୍ଦ୍ର ଶେଖର ତାଣ୍ଡି,ଭଗବାନ ମାଝୀ,ସୁରେନ୍ଦ୍ର ମହାନନ୍ଦ,ରାଜୁ ତାଣ୍ଡି,କିଶନ ଲାଲ ବାଗ,ପୂର୍ଣ୍ଣଚନ୍ଦ୍ର ଜଗତ,ଅମନ ମହାନନ୍ଦ,ଆଦର୍ଶ ମହାନନ୍ଦ,ପ୍ରମୋଦ କୁମାର ନାଗ,ଜିତେନ୍ଦ୍ର ଜଗତ,ଇନ୍ଦ୍ର ମଣି ମାଝୀ, ଥବିରାମ ମାଝୀ,ରୋହିତାସ୍ଵର ଜଗତ,ସୋନୁ ନାଗ,ଗଜପତି ବାଗ,ଭୀଷ୍ମ ଦୀପ,କୁନା ଜଗତ,ବିଜୁ ତାଣ୍ଡି,ମାୟାଧର ସୁନାନି ଏବଂ ବୋଡ଼େନ ବ୍ଳକର ବିଭିନ୍ନ ଗ୍ରାମରୁ ଯୁବକ ବୁଦ୍ଧିଜୀବୀ ମାନେ ସମର୍ଥନ କରି ସାମିଲ ହୋଇଥିଲେ।

КОМЕНТАРІ •