ଆଜି ବି ଆମେ ପରାଧୀନ-

Поділитися
Вставка
  • Опубліковано 22 тра 2024
  • Thanks to team Hoi Polloi for the wonderful visualisation and music.
    ଆଜି ବି ଆମେ ପରାଧୀନ
    ଦୁଇ ପଟ ରୋଟି ଆଗରେ
    ପାଞ୍ଚ ଟଙ୍କିଆ ଭାତ ଡାଲମା ପାଖରେ
    ଟଙ୍କିକିଆ ଚାଉଳ ଆଗରେ |୧|
    ଆଜି ବି ଆମେ ପରାଧୀନ
    'ଗେରୁଆ' ଓ 'ଶାଗୁଆ' ଆଗରେ
    'ଲାଇମ ରୋଡ଼' 'ପିଚ ମୋଡ଼' ଓ 'ଜାବଙ୍ଗ' ଆଗରେ
    ସବୁ ଥାଇ 'ନାହିଁ ନାହିଁ ' ର ଆରତ ଚିତ୍କାର ପାଖରେ |୨|
    ଆଜି ବି ଆମେ ପରାଧୀନ
    ଇଟା କାନ୍ଥର ଯୋଡ଼େଇ ଆଗରେ
    'ମନ୍ଦିର' 'ମସଜିଦ' 'ଗୀର୍ଜା' ଆଗରେ
    ମାଟି ମା' ଛାତିରେ ପୋତା କଣ୍ଟା ତାରବାଡ ରେ |୩|
    ଆଜି ବି ଆମେ ପରାଧୀନ
    ଦୁଇ ଇଞ୍ଚ ମାଂସ ଆଗରେ
    ପାଂଚ ମିନିଟର ଜାନ୍ତବ କ୍ଷୁଧା ଆଗରେ
    'ନିଜ-ପର' ବିସ୍ମୃତ ଭାବନା ଆଗରେ |૪|
    'ପଥ'କୁ 'ପନ୍ଥା' ଭାବି ଆଜି ଲକ୍ଷ୍ୟରୁ ଦୂରରେ
    'ପନ୍ଥୀ'କୁ 'ସାଥୀ' ଭାବି ମୃଗତୃଷ୍ଣା ର କବଳରେ |୫|
    ସ୍ୱାଧୀନତାର ଆହ୍ୱାନକୁ ଶୁଣ ଏଥର ଧ୍ୟାନେ
    ହୃଦରେ, ଭ୍ରୁମଧ୍ୟେ , କର୍ଣ୍ଣର କନ୍ଦରେ |৬|
    ଆତ୍ମ-ପ୍ରତ୍ୟୟର ଝରେ ନିର୍ଘୋଷ ନିନାଦ
    ଅଭୟ, ସଂଶୁଦ୍ଧି, ଜ୍ଞାନ, ସତ୍ୟ ଖେଳାରେ | ୭|
    ଏଠି ସବୁ ପୂର୍ଣ୍ଣ ; ଶାନ୍ତି, ସନ୍ତୁଷ୍ଟି, ମୁକ୍ତି ର ଆଧାର
    ପରାଧୀନତା- ଶୃଙ୍ଖଳ ତେଜି
    ସ୍ୱାଧୀନତା-ରଜ ବୋଳରେ |୮|
    ପ୍ରତି ବର୍ଷ ଦୁଇ ଥର ତିରଙ୍ଗାକୁ ବାକ୍ସ ଭିତରୁ ବାହାର କରି ମୁଣ୍ଡ ଉପରକୁ କରି ଗର୍ବର ସହ "ଜନ ଗଣ ମନ " ଗାଇ, ସେଉ ବୁନ୍ଦି ଖାଇ ବଡ ଖୁସି ହୋଇ ଘରକୁ ଫେରୁ l
    ଆମେ ଆମ ଦେଶକୁ ସ୍ୱାଧୀନ କଲେ । ଆମେ ସ୍ୱାଧୀନ ଦେଶର ନାଗରିକ - ଠିକ ଅଛି । ତେବେ ଆମେ ସତରେ କେତେ ସ୍ୱାଧୀନ ?
    ଆମେ ଅନ୍ତର୍ମନ କେତେ ସ୍ୱାଧୀନ ?
    ଆମେ ସମସ୍ତେ ପରାଧୀନ ବର୍ତ୍ତମାନ ଦୁଇଟି ବିଭାବରେ - ଭୟ ଓ ଲୋଭ । ତେବେ ମୁଁ କହିବି - ବୋଧହୁଏ 'ଭୟ' ହିଁ ସମସ୍ତ ସମସ୍ୟାର ଜଡ଼ ।
    ଯିଏ ' ନିର୍ଭୟ ' - ସେ ତାର ପ୍ରତ୍ୟେକ କର୍ମ ପ୍ରତି ସଚେତନ । ' ନିର୍ଲୋଭ ' ହେଲେ ହିଁ ସେ ' ନିର୍ଭୟ ' ରହିପାରିବ । 'ସତ୍ୟ ' କହିଲେ ହିଁ ସେ ' ନିର୍ଭୟ ' ରହିପାରିବ । ଆଉ ଯେତେବେଳେ ସର୍ବୋଚ୍ଚ ସତ୍ତା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ରହିବା , ସେତେବେଳେ ନିର୍ଭୟ ରୁ ଅଭୟକୁ ଅଗ୍ରସର ହେବା l
    ଏ ' ସ୍ୱାଧୀନତା ' ଏମିତି ଏକ ସ୍ୱାଧୀନତା - ଯାହାକି ଆମ ସମସ୍ତଙ୍କୁ ହାସଲ କରିବାକୁ ପଡିବ - ନିତ୍ୟ ନିରନ୍ତର ଚେଷ୍ଟାରତ ରହି । ବୋଧହୁଏ ଏତିକକୁ ଆଧ୍ୟାତ୍ମିକ ସାଧନା କୁହାଯାଏ ।

КОМЕНТАРІ • 2

  • @chittaranjansharma232
    @chittaranjansharma232 23 дні тому +1

    ❤❤❤

  • @nityadham
    @nityadham 22 дні тому +1

    ଅଳ୍ପ କେତେଜଣ ସ୍ଵଦେଶ ହିତୈଷୀଙ୍କ ମନର ଆବେଗ ...............
    କିଛି କହିବାକୁ ଆଉ ଅନୁଚିତ.........
    ସତ୍ୟ ଓ ଧର୍ମ ଯେଉଁଠି କେବଳ ବାଚନିକ ପରିଭାଷାରେ ପରିଣତ........
    ସମୟରେ ଜଗତଜନନୀ ନିଶ୍ଚିତ ବ୍ୟବସ୍ଥା କରୁଛନ୍ତି
    ବନ୍ଦେ ଉତ୍କଳ ଜନନୀ