Brahmagiri Ru Bidesh Jai | Kishore Jena Full Video Song | Kishore Jena | Satyapriya Production |

Поділитися
Вставка
  • Опубліковано 8 вер 2024
  • Song About On Silver Boy Kishore Kumar Jena
    Silver Medalist Of Asian Games Javelin Throw 2023 in China...
    ଏସିଆନ ଗେମ୍ସ ଜାଭେଲିନ ଥ୍ରୋ ରେ ବିଶ୍ୱର ଦ୍ୱିତୀୟ ସ୍ଥାନ ରେ ରହି ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଏବଂ ପ୍ୟାରିସ ଅଲମ୍ପିକ ପାଇଁ ଚୟନ ହୋଇଥିବା ବ୍ରହ୍ମଗିରିର ବରପୁତ୍ର କିଶୋର କୁମାର ଜେନାଙ୍କ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ଏହି ଛୋଟିଆ ପ୍ରୟାସ ଆଶା ଏବଂ ବିଶ୍ୱାସ ଏହା ନିଶ୍ଚିତ ଆପଣମାନଙ୍କୁ ଭଲ ଲାଗିବ...
    Song : "Brahmagiri Ru Bidesh Jai"
    Singer : Purna Ch Panda
    (Tarang Voice Of Odisha Season 4 Winner)
    Music : Satyapriya
    Lyrics : Satyapriya
    Programming : Jitu
    Recordist : Jitu
    DOP : Creative Kailash
    Edit : Creative Kailash
    Channel Contact : 6371296169
    Producer : Youth Club, Kothasahi
    #brahmagirirubideshjai #kishorejenafullvideosong #kishorejena #kishorejenasong #purnachandrapanda #satyapriyaproduction #kishorejenajavelinthrow #kishorejenaodiasong #kishorjenajavelinthrow #kishorejenaworldchampionship #silverboykishorejena #silvermedalistkishorejena #asiangames2023kishorejena #kishorejenaworldchampionship2023 #kishorejenainterview #kishorejenajavelinthrowworldathleticschampionship #kishorekumarjenajavelinthrow
    Song - "ବ୍ରହ୍ମଗିରି ରୁ ବିଦେଶ ଯାଇ"
    -------------------------------------------
    ବ୍ରହ୍ମଗିରି ରୁ ବିଦେଶ ଯାଇ
    ଖେଳିଚି ସିଏ ଭାରତ ପାଇଁ
    ହାସଲ କରି ରୂପା ପଦକ
    ଦେଶ ମାଟିର ରଖିଛି ଟେକ...
    କୋଠସାହି ମୋ - ଛୋଟିଆ ଗାଁ
    ଇତିହାସରେ - ରଚିଲା ନାଁ....
    ଗର୍ବ କରେସେ ପୁଅକୁ ନେଇ ....
    " ବ୍ରହ୍ମଗିରି ରୁ ବିଦେଶ ଯାଇ
    ଖେଳିଚି ସିଏ ଭାରତ ପାଇଁ "
    Music
    ------------
    ପଣତରେ ଘୋଡ଼େଇଛି - ମାଆ ବିଂଝେଶ୍ୱରୀ
    ଆସୁ ଯେତେ ବାଧା ବିଘ୍ନ - ଯିବନି ସେ ହାରି
    ------------------
    ଗାଁ ଧୂଳି ଦେହେ ବୋଳି - କରିଛି ଅଭ୍ୟାସ
    ସେଇ ଅଭ୍ୟାସକୁ ଆଜି - ଦେଖେ ସାରା ବିଶ୍ୱ
    ବରପୁତ୍ର ସେ - ବ୍ରହ୍ମଗିରି ର
    ଗେଲ୍ହା ପୁଅ ସେ - ପୁରୀ ଜିଲ୍ଲାର
    ଗୌରବ ସିଏ - ଏ ମାଟି ପାଇଁ....
    " ବ୍ରହ୍ମଗିରି ରୁ ବିଦେଶ ଯାଇ
    ଖେଳିଚି ସିଏ ଭାରତ ପାଇଁ "
    Music
    ----------
    ବିଶ୍ୱ କ୍ରୀଡା ଇତିହାସେ - ଅରଜିଛି ଯଶ
    ଅଗଣିତ ଯୁବକର - ସାଜିଛି ଆଦର୍ଶ
    ସିଲଭର ମେଡାଲ ପାଇ - ଆଣିଛି ଗୌରବ
    ପ୍ୟାରିସ ର ଆଲମ୍ପିକ୍ସ - ଖେଳିବାକୁ ଯିବ
    କରୁଛୁ ଆଶା - ରଖିବ ମାନ
    ଭାରତ ମାର - ଯୋଗ୍ୟ ସନ୍ତାନ
    ଫେରିବ ସିଏ - ବିଜୟ ପାଇ....
    " ବ୍ରହ୍ମଗିରି ରୁ ବିଦେଶ ଯାଇ
    ଖେଳିଚି ସିଏ ଭାରତ ପାଇଁ "....
    ✍️........ (ସମାପ୍ତ)........✍️

КОМЕНТАРІ • 42